କ୍ଷୀର ସାଗର ଖାଇବାକୁ ସମସ୍ତେ ପସନ୍ଦ କରିଥାଆନ୍ତି । କିନ୍ତୁ ଏହାକୁ କେବେ ଘରେ ତିଆରି କରିଛନ୍ତି କି ? କ୍ଷୀର ସାଗର ତିଆରି କରିବା ପ୍ରସ୍ତୁତି ପ୍ରଣାଳୀ ବେଶୀ କଷ୍ଟସାଧ୍ୟ ନୁହେଁ । ତେବେ ଆଜି ଆସନ୍ତୁ ଜାଣିବା ଘରେ କିପରି ତିଆରି କରିବେ କ୍ଷୀର ସାଗର ।
ପ୍ରସ୍ତୁତି ପ୍ରଣାଳୀ :-
ପ୍ରଥମେ କ୍ଷୀରକୁ ଫୁଟାଇ ଲେମ୍ବୁ ଚିପୁଡ଼ି ଛେନା ତିଆରି କରନ୍ତୁ । ପରେ ସେହି ଛେନାକୁ ଏକ ପତଳା କପଡ଼ାରେ ଛାଣି ଚିପୁଡ଼ି ରଖନ୍ତୁ । ଛେନା ଥଣ୍ଡା ହୋଇଗଲା ପରେ ତାକୁ ଚକଟି ଛୋଟ ଛୋଟ ଗୋଲାକାର ବଲ୍ କରିକି ଏକ ପାତ୍ରରେ ରଖନ୍ତୁ । ଆବଶ୍ୟକ ପଡ଼ିଲେ ଟିକିଏ ମଇଦା ମିଶାଇ ଛୋଟ ଛୋଟ ବଲ୍ ତିଆରି କରନ୍ତୁ ।
ଆଉ ଏକ ପାତ୍ରରେ କ୍ଷୀରକୁ ଫୁଟାଇ କମ୍ ନିଆଁରେ ୧୫-୨୦ ମିନିଟ୍ ଫୁଟାନ୍ତୁ । ସେଥିରେ ଆବଶ୍ୟକ ଅନୁଯାୟୀ ଚିନି ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ଆଉ ସେଥିରେ ଅଧ ଚାମଚ ଗୁଜୁରାତି ଗୁଣ୍ଡ ପକାନ୍ତୁ ।
ପରେ ଫୁଟୁଥିବା କ୍ଷୀରରେ ଛେନା ବଲ୍ ଗୁଡ଼ିକୁ ପକାନ୍ତୁ । ସିଝିବା ପାଇଁ କିଛି ମିନିଟ୍ ଛାଡ଼ି ଦିଅନ୍ତୁ । ଓହ୍ଲାଇବା ପୂର୍ବରୁ କେଶର ଓ ଟିକେ ଗୁଲାବ ଜଳ ପକାନ୍ତୁ ।
Comments are closed.