Latest Odisha News

BREAKING NEWS

ଜାଣନ୍ତୁ କ୍ଷୀର ସାଗର ପ୍ରସ୍ତୁତି….

କ୍ଷୀର ସାଗର ଖାଇବାକୁ ସମସ୍ତେ ପସନ୍ଦ କରିଥାଆନ୍ତି  । କିନ୍ତୁ ଏହାକୁ କେବେ ଘରେ ତିଆରି କରିଛନ୍ତି କି ? କ୍ଷୀର ସାଗର ତିଆରି କରିବା ପ୍ରସ୍ତୁତି ପ୍ରଣାଳୀ ବେଶୀ କଷ୍ଟସାଧ୍ୟ ନୁହେଁ । ତେବେ ଆଜି ଆସନ୍ତୁ ଜାଣିବା ଘରେ କିପରି ତିଆରି କରିବେ କ୍ଷୀର ସାଗର  ।

ପ୍ରସ୍ତୁତି ପ୍ରଣାଳୀ :-

ପ୍ରଥମେ କ୍ଷୀରକୁ ଫୁଟାଇ ଲେମ୍ବୁ ଚିପୁଡ଼ି ଛେନା ତିଆରି କରନ୍ତୁ । ପରେ ସେହି ଛେନାକୁ ଏକ ପତଳା କପଡ଼ାରେ ଛାଣି ଚିପୁଡ଼ି ରଖନ୍ତୁ । ଛେନା ଥଣ୍ଡା ହୋଇଗଲା ପରେ ତାକୁ ଚକଟି ଛୋଟ ଛୋଟ ଗୋଲାକାର ବଲ୍‌ କରିକି ଏକ ପାତ୍ରରେ ରଖନ୍ତୁ । ଆବଶ୍ୟକ ପଡ଼ିଲେ ଟିକିଏ ମଇଦା ମିଶାଇ ଛୋଟ ଛୋଟ ବଲ୍‌ ତିଆରି କରନ୍ତୁ ।

ଆଉ ଏକ ପାତ୍ରରେ କ୍ଷୀରକୁ ଫୁଟାଇ କମ୍‌ ନିଆଁରେ ୧୫-୨୦ ମିନିଟ୍‌ ଫୁଟାନ୍ତୁ । ସେଥିରେ ଆବଶ୍ୟକ ଅନୁଯାୟୀ ଚିନି ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ଆଉ ସେଥିରେ ଅଧ ଚାମଚ ଗୁଜୁରାତି ଗୁଣ୍ଡ ପକାନ୍ତୁ ।

ପରେ ଫୁଟୁଥିବା କ୍ଷୀରରେ ଛେନା ବଲ୍‌ ଗୁଡ଼ିକୁ ପକାନ୍ତୁ  । ସିଝିବା ପାଇଁ କିଛି ମିନିଟ୍‌ ଛାଡ଼ି ଦିଅନ୍ତୁ । ଓହ୍ଲାଇବା ପୂର୍ବରୁ କେଶର ଓ ଟିକେ ଗୁଲାବ ଜଳ ପକାନ୍ତୁ  ।

Leave A Reply

Your email address will not be published.