Latest Odisha News

BREAKING NEWS

ଜାଣନ୍ତୁ ବର୍ଷାଦିନେ କିପରି ସୁରକ୍ଷିତ ରଖିବେ ନିଜ ମୋବାଇଲ ଫୋନ

ଆରମ୍ଭ ହୋଇଗଲାଣି ବର୍ଷା ଋତୁ । ଯେତେ ସାବଧାନ ରହିଲେ ମଧ୍ୟ ଅନେକ ସମୟରେ ନିଜ ଜରୁରୀ ଜିନିଷ ଗୁଡ଼ିକ ବର୍ଷା ପାଣିରେ ଭିଜିଯାଏ । ତେବେ ଯଦି ଆମ ମୋବାଇଲ୍‍ ଫୋନ ବର୍ଷାରେ ଓଦା ହେଇଯାଏ ତାହେଲେ ତ କଥାସରିଲା । ଫୋନ ଖରାପ ହେବା ସହ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଗଲା ଭଳି ଲାଗେ । ତେଣୁ ବିଶେଷ କରି ବର୍ଷାଦିନରେ ମୋବାଇଲ୍‍ ଫୋନ୍କୁଛ ସତର୍କତାର ସହ ବ୍ୟବହାର କରିବା ଉଚିତ।

• ଯଦି କେତେବେଳେ ମୋବାଇଲ୍‍ ଫୋନ ଓଦା ହୋଇଗଲା, ତୁରନ୍ତ ଏହାକୁ ସ୍ୱିଚ୍‍ ଅଫ୍‍ କରିବା ଜରୁରୀ । କାରଣ ପାଣି ଫୋନ ଭିତରକୁ ଚାଲିଗଲେ, ସଟ୍‍ ସର୍କିଟ୍‍ ହେବାର ସମ୍ଭାବନା ରହିଥାଏ ।
• ଏହା ପରେ ବ୍ୟାଟେରିକୁ ପଛପଟୁ ଖୋଲି ଦିଅନ୍ତୁ ।
• ଫୋନର ସିମ୍କାଟର୍ଡ, ମେମୋରୀ କାର୍ଡ, କଭର ଇତ୍ୟାଦିକୁ ଅଲଗା ରଖନ୍ତୁ। ଏସବୁକୁ ଟିସୁ ପେପରରେ ସଫା କରିନେବା ଉଚିତ।
• କେବେହେଲେ ଚିରାକାଗଜ କିମ୍ବା ଖବରକାଗଜରେ ଏସବୁକୁ ସଫା କରନ୍ତୁ ନାହିଁ ।
• ଯେଉଁ ଫୋନର ବ୍ୟାଟେରି କାଢ଼ିବା ସୁବିଧା ନାହିଁ ସେଥିରେ ପାୱାର ବଟନ୍କୁ ବନ୍ଦ କରି ରଖିବା ଦରକାର।
• ଯଥା ଶୀଘ୍ର ଫୋନ୍କୁ ଶୁଖାଇନେବା ଆବଶ୍ୟକ ।
• ଫୋନକୁ ଚାଉଳ ଡବା ମଧ୍ୟରେ ବନ୍ଦ କରି ୧୦ ରୁ ୧୫ ମିନିଟ୍‍ ରଖନ୍ତୁ । ଦେଖିବେ, ଫୋନ ଶୀଘ୍ର ଶୁଖିଯିବ।
• ଫୋନର ସମସ୍ତ ଜିନିଷ ଶୁଖିବା ପରେ ମଧ୍ୟ ୨୪ ଘଣ୍ଟା ଅପେକ୍ଷା କରନ୍ତୁ।
• ଫୋନ ଶୁଖିବାର ୨୪ ଘଣ୍ଟା ପରେ ବ୍ୟବହାର କରନ୍ତୁ । ଏହା ପରେବି କିଛି ଅସୁବିଧା ହେଲେ ଦୋକାନରେ ଦେଖାଇନେବା ଭଲ।

Leave A Reply

Your email address will not be published.