Latest Odisha News

BREAKING NEWS

‘ଦାର୍ଜିଲିଂ’: କିପରି ଯିବେ, ଖର୍ଚ୍ଚ ସହିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଜିନିଷ ଜାଣନ୍ତୁ

ନୂଆଦିଲ୍ଲୀ: ଦାର୍ଜିଲିଂ ଏକ ବହୁତ ସୁନ୍ଦର ସ୍ଥାନ । ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଚା ବଗିଚା ପାଇଁ ଜଣାଶୁଣା | ଏହା ବ୍ୟତୀତ ଏହି ସହରର ନିଜସ୍ୱ ସ୍ୱତନ୍ତ୍ର ସ୍ଥାପତ୍ୟ ଏବଂ ସାଂସ୍କୃତିକ ଐତିହ୍ୟ ରହିଛି |ଏଠାରେ ଆପଣ ବର୍ଷା, ଖରା , ଶୀତ ଏବଂ ସୁନ୍ଦର ପର୍ବତର ମଳୟ ପବନର ଉପଭୋଗ କରି ପାରିବେ | କିନ୍ତୁ, ଏଠାକୁ ଯିବା ପୂର୍ବରୁ ଆପଣ କିଛି ଜିନିଷ ବିଷୟରେ ଜାଣିବା ଉଚିତ୍ | ଯେପରି ଏଠାକୁ ଯିବାକୁ ଟ୍ରେନ୍ କେଉଁଠୁ ପାଇବେ | ନିକଟତମ ରେଳ ଷ୍ଟେସନ କଣ ଏବଂ ଦାର୍ଜିଲିଂ ପରିଦର୍ଶନ କରିବାକୁ ଅତି କମରେ କେତେ ଦିନ ଦରକାର ଇତ୍ୟାଦି ।

ଦାର୍ଜିଲିଂ ପରିଦର୍ଶନ କରିବାର ଉପଯୁକ୍ତ ସମୟ କ’ଣ?

ଦାର୍ଜିଲିଂ ପରିଦର୍ଶନ କରିବାର ସର୍ବୋତ୍ତମ ସମୟ ହେଉଛି ନଭେମ୍ବରରୁ ମାର୍ଚ୍ଚ ଏବଂ ତା’ପରେ ଏପ୍ରିଲରୁ ଜୁନ୍ ପର୍ଯ୍ୟନ୍ତ ରହିଛି | ଏହି ସମୟରେ ପାଗ ଅତ୍ୟନ୍ତ ମନୋରମ ଏବଂ କମ୍ ବୃଷ୍ଟିପାତ ହୁଏ, ଯେଉଁ କାରଣରୁ ଆପଣ ଏଠାରେ ଆରାମରେ ବୁଲାବୁଲି କରିପାରିବେ ।

ଦାର୍ଜିଲିଂରେ କିପରି ପହଞ୍ଚିବେ ?

ଦାର୍ଜିଲିଂରେ ପହଞ୍ଚିବାର ଦୁଇଟି ରାସ୍ତା ଅଛି | ପ୍ରଥମେ ଟ୍ରେନରେ ଏବଂ ଦ୍ୱିତୀୟରେ ବିମାନ ଯୋଗେ | ଯଦି ଆପଣ ଟ୍ରେନରେ ଯିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ପ୍ରଥମେ ନୂଆ ଜାଲପାଇଗୁଡୀ କିମ୍ବା ସିଲିଗୁଡୀ ଯିବାକୁ ପଡିବ | ଏଠାରୁ ବସ୍ ପ୍ରତି ଘଣ୍ଟାରେ ଦାର୍ଜିଲିଂ ଯାଏ, ଯାହା ଆପଣଙ୍କୁ ସେଠାକୁ ନେଇଯିବ । ଦ୍ୱିତୀୟ ରାସ୍ତା ହେଲା, ବାଗଡୋଗରା ବିମାନବନ୍ଦରକୁ ଯାଇ ପାରିବେ । ସିଲିଗୁଡି ଦାର୍ଜିଲିଂର ନିକଟତମ ବିମାନବନ୍ଦର ଅଟେ । ବାଗଡୋଗରା ଠାରୁ ଆପଣ ପ୍ରାୟ ଅଢେଇ ଘଣ୍ଟାରେ ଦାର୍ଜିଲିଂ ପହଞ୍ଚିଯିବେ ।

ଦାର୍ଜିଲିଂ ରେ କେତେ କ’ଣ ଖର୍ଚ୍ଚ ହେବ?

ଯଦି ଆପଣ ଟ୍ରେନରେ ଯାଆନ୍ତି, ତେବେ ଆପଣ ସହଜରେ ୧୦ ରୁ ୧୫ ହଜାର ଟଙ୍କା ମଧ୍ୟରେ ଦାର୍ଜିଲିଂ ପରିଦର୍ଶନ କରିପାରିବେ | ବିମାନରେ ଗଲେ ୨୦ ରୁ ୨୫ ହଜାର ପର୍ଯ୍ୟନ୍ତ ଖର୍ଚ୍ଚ ହୋଇପାରେ | ଏହା ବ୍ୟତୀତ, ଆପଣ କେଉଁ ପ୍ରକାରର ହୋଟେଲ ରହିବେ ତା’ ପରେ ଆପଣ କିପରି ଏବଂ କେଉଁଠାକୁ ଯାତ୍ରା କରୁଛନ୍ତି ଓ କେବେ ଦିନ ରହୁଛନ୍ତି ଏହି ସବୁ ହିସାବରେ ଖର୍ଚ୍ଚ କମ୍ ବେଶୀ ହେବ ।

ଦାର୍ଜିଲିଂରେ ବୁଲିବା ସ୍ଥାନ

-ସର୍ବପ୍ରଥମେ,ବାତାସିଆ ଲୁପ୍ ପରିଦର୍ଶନ କରନ୍ତୁ | ଏଠାରେ ଟଏ ଟ୍ରେନ୍ ପାଇବେ |
-ଟାଇଗର ହିଲ ଯାଆନ୍ତୁ , ସେଠାରେ ଚା ବଗିଚାରୁ ସୂର୍ଯ୍ୟଅସ୍ତ ଦେଖିବେ ।
-ଯଦି ଆପଣ ଚା ଚାଷ ପ୍ରକ୍ରିୟା ବିଷୟରେ ଜାଣିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ହାପି ଭ୍ୟାଲି ଟି ଇଷ୍ଟେଟ୍ ଯାଆନ୍ତୁ ।
-କେବଳ ଏତିକି ନୁହେଁ, ଆପଣ ଡାଲି ମୋନେଷ୍ଟ୍ରୀ ଏବଂ ଘୁମ୍ ମୋନେଷ୍ଟ୍ରୀ ମଧ୍ୟ ଯାଇପାରିବେ କରିପାରିବେ

ଦାର୍ଜିଲିଂ ପରିଦର୍ଶନ କରିବାକୁ ଆପଣଙ୍କୁ ଅତି କମରେ ୩ ରୁ ୫ ଦିନ ଦରକାର (ଦାର୍ଜିଲିଂରେ ଅତିବାହିତ କରିବାକୁ ସର୍ବନିମ୍ନ ଦିନ)| ଏତିକି ଦିନ ରହିଲେ ହିଁ ଆପଣ ଏଠାକାର ପ୍ରକୃତିକୁ ଅନୁଭବ କରିବାକୁ ସମର୍ଥ ହେବେ ଯାହା ଆପଣଙ୍କୁ ଖୁସି ଦେବ |

Comments are closed.