ଭୁବନେଶ୍ବର: ଜିନ୍ସ କେବେ ଆଉଟ୍ ଅଫ୍ ଫେସନ୍ ହୋଇନଥାଏ । ସବୁବେଳେ ଏହା ଟ୍ରଣ୍ଡରେ ରହି ଆସିଛି । ଆଜିର ଦିନରେ ଜିନ୍ସ ନହେଲେ ନଚଳେ । ଯୁବପିଢୀଙ୍କ ପ୍ରଥମ ପସନ୍ଦ ଜିନ୍ସ ଯାହା ସହଜରେ କ୍ୟାରି କରିବା ସହ ଷ୍ଟାଇଲିସ୍ ଲୁକ୍ ଦେଇଥାଏ । ଆଜିକାଲି ଭଳିକି ଭଳିକି ଜିନ୍ସ ବଜାରକୁ ଆସିଲାଣି । ହାଇ-ୱେଷ୍ଟ ଫେସନ୍ କେତେବେଳେ ଚାଲୁଛି ତ କେତେବେଳେ ଲୋ- ୱେଷ୍ଟ ଜିନ୍ସ ଆଉ କେତେବେଳେ ସ୍କିନି ଜିନ୍ସ । କିନ୍ତୁ ଏବେ କିଛି ବର୍ଷ ତଳେ ଫେସନ୍ ଦୁନିଆରୁ ଗାୟବ ହୋଇଯାଇଥିବା ଫ୍ଲେୟର୍ଡ ଜିନ୍ସ ପୁଣି ଟ୍ରଣ୍ଡକୁ କମ୍ ବେକ୍ କରିଛି ।
ଆପଣ ଯଦି ଏହି ଫ୍ଲେୟର୍ଡ ଜିନ୍ସ କିପରି କ୍ୟାରୀ କରିବେ ଭାବୁଛନ୍ତି ତେବେ ଆସନ୍ତୁ ଜାଣିବା କିଛି ଟିପ୍ସ୍-
-ଆପଣ ସାଙ୍ଗମାନଙ୍କ ସହ ହ୍ୟାଙ୍ଗ୍ ଆଉଟ୍ ପ୍ଲାନ୍ କରିଛନ୍ତି । କ’ଣ ପିନ୍ଧିବେ ଭାବୁଥିଲେ ଫ୍ଲେୟର୍ଡ ଜିନ୍ସକୁ କ୍ୟାରୀ କରନ୍ତୁ ଓ ଏହା ସହ ଡେନିମ୍ ଜ୍ୟାକେଟ୍ ପିନ୍ଧନ୍ତୁ । ଦେଖିବେ ଏହି ଲୁକ୍ ବେଶ୍ ମାନିବ ।
– ସେହିପରି ଫ୍ଲେୟର୍ଡ ଜିନ୍ସ ସହ ସାର୍ଟ ପିନ୍ଧି ପାରିବେ । ଏହା ଆପଣଙ୍କୁ କାଜୁଆଲ୍ ଲୁକ୍ ଦେବା ସହ ବିନ୍ଦାସ ଓ ଫଙ୍କି ଲୁକ୍ ଦେବ ।
– ଯଦି ଆପଣଙ୍କୁ ଧଳା ରଙ୍ଗ ପସନ୍ଦ । ତେବେ ନୀଳ ରଙ୍ଗର ଫ୍ଲେୟର୍ଡ ଜିନ୍ସ ସହ ଧଳା ରଙ୍ଗର ସାର୍ଟ ପିନ୍ଧି ପାରିବେ ।
– ଆପଣ ଯଦି କ୍ଲବ୍ କିମ୍ବା ହାଇ ପ୍ରୋଫାଇଲ୍ ପାର୍ଟିରେ ଯାଉଥାନ୍ତି । ଆଉ ଆପଣଙ୍କୁ ହଟ୍ ଲୁକ୍ ଦରକାର । ତେବେ ଡେନିମ୍ ଫ୍ଲୋୟର୍ଡ ଜିନ୍ସ ସହ କ୍ରପ୍ ଟପ୍ ଆପଣାଇ ପାରିବ ।
– ଫ୍ଲେୟର୍ଡ ଜିନ୍ସରେ ଟି-ସାର୍ଟ ବି ପିନ୍ଧି ପାରିବେ । ଏହା କୁଲ୍ ଲୁକ୍ ପ୍ରଦାନ କରେ ।
– ଆପଣଙ୍କୁ ହିଲ୍ସ ପିନ୍ଧିବା ପସନ୍ଦ ଥିଲେ ଏହି ଜିନ୍ସରେ ଟେନ୍ ହିଲ୍ସ ପିନ୍ଧି ପାରିବେ । ଏହି ଷ୍ଟାଇଲ୍ ଆପଣଙ୍କୁ ଅତ୍ୟଧିକ ଆକର୍ଷଣୀୟ ଲୁକ୍ ଦେବ ।
Comments are closed.