Latest Odisha News

BREAKING NEWS

ବର୍ଷାଦିନେ ଏପରି ଭାବେ ନିଅନ୍ତୁ କେଶର ଯତ୍ନ…

ଭୁବନେଶ୍ଵର: ବର୍ଷାଦିନରେ ଓଦା ହେବାର ଯଥେଷ୍ଟ ସମ୍ଭାବନା ଥାଏ। ତେଣୁ ଶରୀରକୁ ବିଭିନ୍ନ ପ୍ରକାର ରୋଗର ସାମନା କରିବାକୁ ପଡ଼ିଥାଏ। କେବଳ ଶରୀର ନୁହେଁ, ବର୍ଷାଦିନରେ ବିଭିନ୍ନ କେଶ ସମସ୍ୟା ମଧ୍ୟ ଦେଖାଦିଏ। ବର୍ଷାଜଳର କ୍ଷାରୀୟ ଅଂଶ ସଂସ୍ପର୍ଶରେ ଆସିଲେ କେଶରେ ନାନା ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ଏହି ସମୟରେ କେଶର ସଠିକ୍ ଭାବେ ଯତ୍ନ ନେବା ନିହାତି ଆବଶ୍ୟକ। ଆସନ୍ତୁ ଜାଣିବା ବର୍ଷାଦିନେ କିପରି ନେବେ କେଶର ଯତ୍ନ…

ଯଦି ଆପଣ ବର୍ଷାରେ ଓଦା ହୋଇଯାଇଛନ୍ତି ତେବେ ସଙ୍ଗେ ସଙ୍ଗେ ଘରକୁ ଆସି ମାଇଲ୍ଡ ସାମ୍ପୁରେ ପ୍ରଥମେ କେଶକୁ ଧୋଇଦିଅନ୍ତୁ। ଏହାପରେ ଭଲଭାବରେ କେଶକୁ ଶୁଖାଇଦିଅନ୍ତୁ। ଘରୁ ବାହାରିବା ସମୟରେ କେଶକୁ ଭଲଭାବରେ କଭର୍ କରି ବାହାରନ୍ତୁ। ସପ୍ତାହରେ ଅତିକମରେ ଦୁଇ ଥର ନଡ଼ିଆ ତେଲ ବା ସୋରିଷ ତେଲ ଉଷୁମ କରି ମୁଣ୍ଡରେ ଚମ୍ପି କରନ୍ତୁ। ଏହା ଦ୍ୱାରା କେଶ ଶୁଷ୍କ ହେବ ନାହିଁ ଏବଂ ଏହାକୁ ପୋଷଣ ମିଳିବ।

କେଶ ଧୋଇବା ବେଳେ ପାଣିରେ ଦୁଇ ଚାମଚ ଭିନେଗାର ମିଶାଇ ସେହି ପାଣିରେ ମୁଣ୍ଡ ଧୁଅନ୍ତୁ। ଏହା କେଶ ମୂଳରେ ଜମା ହୋଇଥିବା ଧୂଳି ବା ମାଟିକୁ ବାହାର କରିଥାଏ। ବର୍ଷାଦିନରେ କୌଣସି କେମିକାଲ ଟ୍ରିଟମେଣ୍ଟ କରନ୍ତୁ ନାହିଁ। ଯଦି ଏପରି କରିବା ପରେ ଆପଣଙ୍କ କେଶ ବର୍ଷାରେ ଓଦା ହେଲା ତାହେଲେ ଏହା ଡ୍ୟାମେଜ୍ ହୋଇପାରେ। କେଶକୁ ହଟ୍ ଟାଓ୍ୱାଲ୍ ଷ୍ଟିମ୍ ଦିଅନ୍ତୁ। ଉଷୁମ ପାଣିରେ ଟାଓ୍ୱଲ ଭେଦାଇ ତାକୁ ଚିପୁଡ଼ିଦିଅନ୍ତୁ। ଏହାକୁ ୧୫ରୁ ୨୦ ମିନିଟ୍ ଯାଏଁ ମୁଣ୍ଡରେ ଗୁଡ଼ାଇ ରଖନ୍ତୁ ଏବଂ ପରେ ମାଇଲ୍ଡ ସାମ୍ପୁରେ ଧୋଇଦିଅନ୍ତୁ। ଏହା ଦ୍ୱାରା କେଶ ତେଲିଆ ବା ଶୁଷ୍କ ହେବ ନାହିଁ।

Leave A Reply

Your email address will not be published.