ଭୁବନେଶ୍ବର: ଗୋଲାପ ଜଳ ଆମ ତ୍ୱଚା ପାଇଁ ବେଶ୍ ଭଲ । ସୁନ୍ଦର ତଥା କୋମଳ ତ୍ୱଚା ପାଇଁ ସବୁବେଳେ ମୁହଁରେ ଗୋଲାପ ଜଳ ଲଗାଇବାକୁ କୁହାଯାଏ । ଗୋଲାପ ଜଳରେ ଭିଟାମିନ୍ ସି, ଆଣ୍ଟିସେପ୍ଟିକ୍, ଆଣ୍ଟି-ବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ସମେତ ଅନେକ ପୋଷକତତ୍ତ୍ୱ ମିଳିଥାଏ । ସବୁଦିନେ ଯଦି ଗୋଲାପ ଜଳ ଲଗାଇବା ତେବେ ଚର୍ମ ସମ୍ବନ୍ଧୀୟ ଅନେକ ସମସ୍ୟା ବହୁ ପରିମାଣରେ ହ୍ରାସ ପାଇପାରିବ । ଶୁଷ୍କ ଏବଂ ଖରାପ ତ୍ୱଚାରୁ ମୁକ୍ତି ପାଇବା ପାଇଁ ଗୋଲାପ ଜଳ ବ୍ୟବହାର କରିବା ଲାଭଦାୟକ ।
ମୁହଁରେ ବାରମ୍ବାର ବ୍ରଣ ହେଉଛି ତେବେ ଆପଣ ନିଶ୍ଚିତ ଭାବରେ ସ୍କିନକେୟାର ରୁଟିନରେ ଗୋଲାପ ଜଳକୁ ସାମିଲ କରନ୍ତୁ । ଏହା ବ୍ୟତୀତ, ଆପଣ ଗୋଲାପ ଜଳ ଲଗାଇ ଆପଣଙ୍କ ତ୍ୱଚାର ଚମକ ମଧ୍ୟ ବଢାଇପାରିବେ। ତ୍ୱଚାକୁ ୟଙ୍ଗ ଏବଂ କୋମଳ ରଖିବା ପାଇଁ ଗୋଲାପ ଜଳ ବ୍ୟବହାର ବେଶ୍ ଭଲ । କାହିଁ କେତେ ଦିନରୁ ଗୋଲାପ ଜଳକୁ ତ୍ୱଚା ପାଇଁ ଏକ ବରଦାନ ଭାବରେ ବିବେଚନା କରାଯାଉଛି।
ଗୋଲାପ ଜଳର ବ୍ୟବହାର
ରାତିରେ ଶୋଇବା ପୂର୍ବରୁ ଗୋଲାପ ଜଳ ଲଗାଇବା ଅଧିକ ଲାଭଦାୟକ । ଭଲ ଫଳାଫଳ ପାଇବା ପାଇଁ, ଆପଣ ଏକ ପାତ୍ରରେ କିଛି ଗୋଲାପ ଜଳ ଏବଂ ଭିଟାମିନ୍ E କ୍ୟାପସୁଲ୍ ନେବେ ଓ ଭଲ ଭାବରେ ମିଶ୍ରଣ କରି ପ୍ରୟୋଗ କରିପାରିବେ । ଏହା ବ୍ୟତୀତ ଗୋଲାପ ଜଳ ଏବଂ ଫିଟିକିରି ମିଶ୍ରଣ ମଧ୍ୟ ଆପଣଙ୍କ ତ୍ୱଚା ପାଇଁ ବହୁତ ଭଲ। ଆପଣ ଗୋଲାପ ଜଳ ଏବଂ କ୍ଷୀରର ମିଶ୍ରଣ ଲଗାଇ ଆପଣଙ୍କ ତ୍ୱଚାକୁ ଦାଗମୁକ୍ତ କରିପାରିବେ ।
ଏହିପରି ଭାବରେ ଗୋଲାପ ଜଳକୁ ସ୍କିନକେୟାର ରୁଟିନର ଏକ ପାର୍ଟ କରାଯାଇପାରିବ । ଯଦି ଆପଣଙ୍କ ତ୍ୱଚା ବହୁତ ସେନ୍ସିଟିଭ୍ ତେବେ ଆପଣଙ୍କ ସମ୍ପୂର୍ଣ୍ଣ ମୁହଁରେ ଗୋଲାପ ଜଳ ଲଗାଇବା ପୂର୍ବରୁ ଏକ ପ୍ୟାଚ୍ ଟେଷ୍ଟ ନିହାତି କରିବେ ।
Comments are closed.