ନୂଆଦିଲ୍ଲୀ: ଇମିଗ୍ରେସନ ପଲିସିକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଠୋର ହୋଇଥିବା ବେଳେ ଆମେରିକାରେ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ବେଆଇନ ଭାବେ ରହୁଥିବା ବାହାର ଦେଶର ଲୋକଙ୍କୁ ଆମେରିକାରୁ ବିଦା କରାଯାଉଛି । ସାମରିକ ହେଲିକପ୍ଟର ଜରିଆରେ ସେମାନଙ୍କୁ ନିଜ ନିଜ ଦେଶରେ ନେଇ ଛାଡ଼ିଦିଆ ଯାଉଥିବା ଜଣାପଡ଼ିଛି।
ଶୁକ୍ରବାର ୫୩୮ ଜଣ ଅପରାଧୀଙ୍କୁ ବିଦା କରାଯାଇଛି । ସେମାନେ ଆମେରିକାରେ ବେଆଇନ ଭାବେ ଅନୁପ୍ରବେଶ କରି ବିଭିନ୍ନ ଅପରାଧରେ ଲିପ୍ତ ଥିଲେ । ସେମାନଙ୍କ ମଧ୍ୟରେ କିଛି ସନ୍ଦିଗ୍ଧ ଆତଙ୍କବାଦୀ ଏବଂ ଯୌନ ଅପରାଧି ଅଛନ୍ତି । ଖୁବ ଶୀଘ୍ର ଆମେରିକାରେ ରହୁଥିବା ଭାରତୀୟମାନେ ମଧ୍ୟ ସ୍ବଦେଶ ଫେରିବେ । ବାଇଡେନ୍ ରାଷ୍ଟ୍ରପତି ଥିବା ବେଳେ ମଧ୍ୟ ୧୧ ଶହ ବେଆଇନ ଭାରତୀୟ ଅନୁପ୍ରବେଶକାରୀଙ୍କୁ ଭାରତ ପଠାଇଥିଲେ । ଶପଥ ନେବା ପରେ ପରେ ଇମିଗ୍ରେସନ ପଲିସି ନେଇ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।
କାନାଡା-ମେକ୍ସିକୋ ସୀମାରେ ଜାତୀୟ ଜରୁରିକାଳୀନ ପରିସ୍ଥିତି ଲାଗୁ କରିଛନ୍ତି । କୌଣସି ବିଦେଶୀ ନାଗରିକ ଯଦି ଆମେରିକାରେ ବେଆଇନ ଭାବେ ଅନୁପ୍ରବେଶ କରିବାକୁ ଚେଷ୍ଟା କରନ୍ତି, ତେବେ ତାଙ୍କୁ କଠିନ ପରିଣାମ ସାମ୍ନା କରିବାକୁ ହେବ ବୋଲି ଚେତାଇ ଦେଇଛନ୍ତି ଟ୍ରମ୍ପ । ଶୁକ୍ରବାର ୫୩୮ ଜଣଙ୍କୁ ବିଦା କରିବା ପରେ ସୋସିଆଲ୍ ସାଇଟ Xରେ ରାଷ୍ଟ୍ରପତି ଟ୍ରମ୍ପ ଲେଖିଛନ୍ତି Deportation Flight ଉଡ଼ାଣ ଭରିବା ଆରମ୍ଭ କଲା ।
Comments are closed.