Latest Odisha News

BREAKING NEWS

ପ୍ରଥମ ପରାଜୟ ପରେ ଦ୍ବିତୀୟ ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ କେମିତି ଲଢ଼ିବ ଭାରତ? ଫର୍ମରେ ନାହାନ୍ତି ପ୍ରମୁଖ ବ୍ୟାଟର

ବିଶାଖାପାଟଣା: ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଫେବ୍ରୁଆରି ୨ ତାରିଖରେ ବିଶାଖାପାଟଣାରେ ଖେଳାଯିବ। ପ୍ରଥମ ମ୍ୟାଚ୍ ହାରିବା ପରେ ଭାରତୀୟ ଦଳ ସିରିଜ୍ ରେ ୧-୦ରେ ପଛୁଆ ରହିଛି। ଏବେ ଦ୍ବିତୀୟ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆରୁ ଆହତ ପାଇଁ ବାଦ ପଡିଛନ୍ତି ପ୍ରମୁଖ ଖେଳାଳି। ସେହିପରି ଅନେକ ଖେଳାଳି ଫର୍ମରେ ନାହାନ୍ତି। ଯାହା ଦଳ ପାଇଁ ଅଡୁଆ ସୃଷ୍ଟି କରିଛି।

ବିରାଟ କୋହଲି, କେଏଲ ରାହୁଲ ଓ ରବୀନ୍ଦ୍ର ଜାଡେଜାଙ୍କ ଭଳି ଫର୍ମରେ ଥିବା ବ୍ୟାଟର ବିଶାଖାପାଟଣା ଟେଷ୍ଟ ମ୍ୟାଚ୍ରୁ ବାଦ୍ ପଡ଼ିଛନ୍ତି। ଅନ୍ୟପକ୍ଷରେ ଅଧିନାୟକ ରୋହିତ ଶର୍ମା, ଶୁଭମନ ଗିଲ୍ ଓ ଶ୍ରେୟସ ଆୟରଙ୍କ ଭଳି ବ୍ୟାଟର ଫର୍ମରେ ନଥିବାରୁ ଟିମ୍ ଇଣ୍ଡିଆ ପାଇଁ ଚିନ୍ତାର ବିଷୟ ପାଲଟିଛି। ଖରାପ ବ୍ୟାଟିଂ ଯୋଗୁଁ ଟିମ୍ ଇଣ୍ଡିଆ ପ୍ରଥମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଇନିଂସରେ ୨୩୧ ରନ୍ କରିପାରିନଥିଲା।

ଟିମ୍ ଇଣ୍ଡିଆ ଏବେ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ପାଇଁ ଜୋରଦାର ଅଭ୍ୟାସ କରୁଛି। ଇଂଲଣ୍ଡର ସ୍ପିନ ବୋଲରଙ୍କୁ ମୁକାବିଲା କରିବା ପାଇଁ ଭାରତୀୟ ବ୍ୟାଟର ନେଟ୍ ରେ ପ୍ରବଳ ଝାଳ ବୋହିବାରେ ଲାଗିଛନ୍ତି।

ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆରେ ପରିବର୍ତ୍ତନ ହୋଇପାରେ। ଏଭଳି ସ୍ଥିତିରେ ଶୁଭମନ ଗିଲ ଓ ଶ୍ରେୟସ ଆୟରଙ୍କ ମଧ୍ୟରୁ ଜଣେ ଖେଳାଳିଙ୍କୁ ବିଶାଖାପାଟଣା ଟେଷ୍ଟରୁ ବାଦ୍ ଦିଆଯାଇପାରେ ବୋଲି ଆଶା କରାଯାଉଛି। ତେବେ ଏ ନେଇ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ସୂଚନା ମିଳିନାହିଁ।

ତେବେ ଏ ନେଇ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ସୂଚନା ମିଳିନାହିଁ। ତେବେ ଟିମ୍ ଇଣ୍ଡିଆର ବ୍ୟାଟିଂ କୋଚଙ୍କ ବୟାନ ପରେ ଶୁଭମନ ଗିଲଙ୍କୁ ଆଉ ଏକ ସୁଯୋଗ ମିଳିପାରେ ବୋଲି ଜଣାପଡିଛି । ଗତ ୯ଟି ଟେଷ୍ଟ ଇନିଂସରେ ଗିଲଙ୍କ ବ୍ୟାଟ୍ରୁ ଗୋଟିଏ ବି ଅର୍ଦ୍ଧଶତକ ବାହାରିନାହିଁ।

ଅନ୍ୟପକ୍ଷରେ ଶ୍ରେୟସ ଆୟରଙ୍କ କ୍ଷେତ୍ରରେ ମଧ୍ୟ ସମାନ ଅବସ୍ଥା, ଗତ ୮-୯ ଇନିଂସରୁ ଶ୍ରେୟସ ଆୟରଙ୍କ ବ୍ୟାଟ୍ରୁ କୌଣସି ଅର୍ଦ୍ଧଶତକ ବାହାରିନାହିଁ।

ଏବେ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ କେଉଁ ଖେଳାଳିଙ୍କୁ ସୁଯୋଗ ଦିଆଯିବ ତାହା ଦେଖିବାକୁ ବାକି ରହିଲା । ଏହାବ୍ୟତୀତ ରୋହିତ ଶର୍ମା ଦ୍ୱିତୀୟ ମ୍ୟାଚରେ ନିଜର ବ୍ୟାଟିଂରେ ସାମାନ୍ୟ ଉନ୍ନତି ଆଣିବାକୁ ଚାହିଁବେ। ମ୍ୟାଚରେ ଭଲ ଆରମ୍ଭ କରିବା ପରେ ରୋହିତ ନିଜ ଇନିଂସକୁ ବଡ଼ ଇନିଂସରେ ପରିଣତ କରିପାରୁ ନାହାନ୍ତି। ଏଭଳି ସ୍ଥିତିରେ ରୋହିତ ଶର୍ମାଙ୍କ ଉପରେ ମଧ୍ୟ ସାମାନ୍ୟ ଚାପ ଦେଖିବାକୁ ମିଳିଛି।

Comments are closed.