Latest Odisha News

BREAKING NEWS

ହୋଟେଲର ୬ ମହଲାର ଏକ ରୁମରୁ ଖସି ଘରୋଇ କମ୍ପାନୀର ଏଚ୍.ଆରଙ୍କ ମୃତ୍ୟୁ

ପୁରୀ: ପୁରୀ ବଳିଆ ପଣ୍ଡା ସ୍ଥିତ ହୋଟେଲ୍ କ୍ରିଷ୍ଣା ସି ସାଇଡରେ ଅଘଟଣ । ହୋଟେଲର ୬ ମହଲାର ଏକ ରୁମର ଝରକାରୁ ଖସି ପଡ଼ି ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଅସ୍ତରଙ୍ଗ ଥାନା ଅଧିନ ଉଦୟପୁର ଅଞ୍ଚଳର ଲିଙ୍ଗରାଜ ସାହୁ । ଖବର ପାଇ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ବଳିଆ ପଣ୍ଡା ଥାନା ପୋଲିସ ଓ ଏସପି କନୱର ବିଶାଳ ସିଂ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ତେବେ କେଉଁ ପରିସ୍ଥିତିରେ ଲିଙ୍ଗରାଜଙ୍କ ମୃତ୍ୟୁ ହେଲା ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି କହିଛନ୍ତି ସିଟି ଡିଏସପି ।

ଲିଙ୍ଗରାଜ ଅନ୍ନପୂର୍ଣ୍ଣା ଫାଇନାନ୍ସ କମ୍ପାନୀର ଏଚ୍.ଆର୍ ଭାବେ ବଲାଙ୍ଗିରରେ କାର୍ଯ୍ୟ କରୁଥିଲେ । ଗତ ୨୩ ତାରିଖରେ ସେ କମ୍ପାନୀ କାର୍ଯ୍ୟରେ ପୁରୀ ଆସିଥିବା ବେଳେ ବଳିଆ ପଣ୍ଡା ସ୍ଥିତ ହୋଟେଲ୍ କ୍ରିଷ୍ଣା ସି ସାଇଡର ୬୦୨ ନଂ ରୁମରେ ଅନ୍ୟ ଜଣେ ବନ୍ଧୁଙ୍କ ସହ ରହୁଥିଲେ । ଆଜି ଭୋର ୪ଟା ୨୩ ସମୟରେ ଲିଙ୍ଗରାଜ ହୋଟେଲର ରୁମର ଝରକାରୁ ତଳେ ମୁହଁ ମାଡ଼ି ପଡି ଯିବାରୁ ତାଙ୍କର ମୃତ୍ୟୁ ହୋଇଛି । ଏ ନେଇ ହୋଟେଲର ସୁରକ୍ଷା ଦାୟିତ୍ବରେ ଥିବା ସୁରକ୍ଷା କର୍ମୀ ଏବଂ ହୋଟେଲ ପରିଚାଳକଙ୍କୁ ଜଣାଇଥିଲେ‌ ମୃତ ଲିଙ୍ଗରାଜଙ୍କ ବନ୍ଧୁ ।

ବଳିଆ ପଣ୍ଡା ଥାନା ପୋଲିସ ସହ ସାଇଣ୍ଟିଫିକ୍ ଦଳ ଓ ଏସପି କନୱର ବିଶାଳ ସିଂ ପହଞ୍ଚି ମୃତଦେହ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । କେଉଁ ପରିସ୍ଥିତିରେ ଲିଙ୍ଗରାଜଙ୍କ ମୃତ୍ୟୁ ଘଟିଲା ସେନେଇ  ହୋଟେଲ ସୁରକ୍ଷା ଦାୟିତ୍ବରେ ଥିବା କର୍ମଚାରୀ, ଅନ୍ନପୂର୍ଣ୍ଣା ଫାଇନାନ୍ସ କମ୍ପାନୀର ମୁଖ୍ୟ ଓ ମୃତ ଲିଙ୍ଗରାଜଙ୍କ ବନ୍ଧୁଙ୍କୁ ଏସପି ପଚରାଉଚରା କରିଛନ୍ତି । ତେବେ ଏହା ଅଘଟଣ କି ତାଙ୍କୁ ହତ୍ୟା କରାଯାଇଛି ସେନେଇ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।

Leave A Reply

Your email address will not be published.