Latest Odisha News

BREAKING NEWS

ଡିନର୍‌ ପାର୍ଟିରେ ଏକାଠି ନଜର ଆସିଲେ ହ୍ରିତିକ୍‌ ଏବଂ ସୁଜାନ୍‌

ନୂଆଦିଲ୍ଲୀ: ପୁଣି ଥରେ ବଲିଉଡ ଅଭିନେତା ହ୍ରିତିକ ରୋଶନ ଏବଂ ତାଙ୍କ ପୂର୍ବତନ ପତ୍ନୀ ସୁଜାନ ଖାନଙ୍କୁ ଏକାଠି ଦେଖିବାକୁ ମିଳିଛି। ବର୍ତ୍ତମାନ ଦୁହେଁ ଏକାଠି ସୁଜାନ୍‌ଙ୍କ ବାପା ସଞ୍ଜୟ ଖାନଙ୍କ ରାତ୍ରୀ ଭୋଜନରେ ନଜର ଆସିଛନ୍ତି। ଏହି ପାର୍ଟି ତାଙ୍କ ଜୁହୁ ବଙ୍ଗଳା ଠାରେ ଆୟୋଜିତ ହୋଇଥିଲା। ପାର୍ଟୀରେ ମହାରାଷ୍ଟ୍ରର ସିଏମ୍ ଉଦ୍ଧବ ଠାକରେ ଏବଂ ତାଙ୍କ ପୁଅ ତେଜଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା।

ତାଙ୍କର ଏହି ଫଟୋ ଫଟୋଗ୍ରାଫର ବିରଲ ଭାୟାନୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଯେଉଁଥିରେ ଉଭୟ କାରରେ ବସିଥିବାର ନଜର ଆସିଛନ୍ତି। ଫଟୋରେ ଅଭିନେତା ହ୍ରିତିକ ରୋଶନଙ୍କୁ କଳା ଟି-ସାର୍ଟ ଏବଂ ବ୍ଲାକ୍ ଜ୍ୟାକେଟରେ ଦେଖିବାକୁ ମିଳିଥିବାବେଳେ ସୁଜାନ ଖାନ ମଧ୍ୟ କଳା ପୋଷାକରେ ନଜର ଆସିଛନ୍ତି। ସେମାନଙ୍କ ସହ ଉଭୟ ପୁଅ ରେହାନ ଏବଂ ରିଦାନ ମଧ୍ୟ ନଜର ଆସିଛନ୍ତି।

Comments are closed.