Latest Odisha News

ରାଜଧାନୀରୁ ୪ ଡକାୟତ ଗିରଫ, ପ୍ରାତଃ ଭ୍ରମଣ ବେଳେ ମହିଳାଙ୍କୁ କରୁଥିଲେ ଟାର୍ଗେଟ୍

ଭୁବନେଶ୍ୱର: କମିଶନରେଟ୍ ପୋଲିସ କବଜାରେ ଲୁଟେରା ଗ୍ୟାଙ୍ଗ । ଏହି ଲୁଟେରା ଗ୍ୟାଙ୍ଗ ପ୍ରାତଃ ଭ୍ରମଣରେ ଯାଉଥିବା ମହିଳାଙ୍କୁ ଟାର୍ଗେଟ୍ କରୁଥିଲେ । ମହିଳା ଏକାକୀ ଯାଉଥିବା ଅବସ୍ଥାରେ ଲୁଟି ନେଉଥିଲେ ଗହଣା, ମୋବାଇଲ୍ ଓ ଟଙ୍କା । ଏଭଳି ଏକ ଗ୍ୟାଙ୍ଗର ୪ ଜଣଙ୍କୁ ଚନ୍ଦ୍ରଶେଖରପୁର ପୋଲିସ ଏବଂ ସ୍ୱତନ୍ତ୍ର ସ୍କ୍ୱାଡ୍ ଗିରଫ କରିଛି ।

ଶନିବାର ବିଳମ୍ବିତ ରାତିରେ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଲୁଟ୍ ଅଳଙ୍କାର ଜବତ ହୋଇଛି । ଅଭିଯୁକ୍ତଙ୍କୁ ଠାରୁ ଲୁଟ୍ ସୁନା ଅଳଙ୍କାର, ଗୋଟିଏ ଏୟାର ପିସ୍ତଲ ଏବଂ ମାରଣାସ୍ତ୍ର ଜବତ କରାଯାଇଛି । ପୋଲିସ ୪ ଅଭିଯୁକ୍ତଙ୍କ ପରିଚୟ ପ୍ରକାଶ କରିନାହିଁ । ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କୁ ଧରିବା ଲାଗି ଚେଷ୍ଟା କରାଯାଉଥିବା ପୋଲିସ କହିଛି ।

Leave A Reply

Your email address will not be published.