ମୁମ୍ବାଇ: ବଲିଉଡର ଗ୍ରୀକ୍ଗଡ୍ ତଥା ସୁପରଷ୍ଟାର୍ ହ୍ରିତିକ ରୋଶନ୍ । ନିକଟରେ ଏହି ଅଭିନେତା ଜଣକ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ରକ୍ତଦାନ କରିଥିଲେ । ଆପଣ ଭାବୁଥିବେ ରକ୍ତଦାନ କରିବା ନିହାତି ଏକ ପୁଣ୍ୟ କାମ । ହେଲେ ଏହି ଘଟଣାକୁ ନେଇ ଏତେ ଚର୍ଚ୍ଚା କାହିଁକି ? ତେବେ ଏଠି ରକ୍ତଦାନ ନୁହେଁ ବରଂ ହ୍ରିତିକ୍ଙ୍କ ବିରଳ ବ୍ଲଡ୍ ଗ୍ରୁପ୍ ଚର୍ଚ୍ଚା ସାଉଣ୍ଟିଛି ।
ଅନେକ ହୁଏ ତ ଜାଣିନଥିବେ ହ୍ରିତିକ ବିରଳ ବି-ନେଗେଟିଭ୍ ବ୍ଲଡ୍ ଗ୍ରୁପର ଅଧିକାରୀ । ପ୍ରାୟତଃ ସମୟରେ ହସ୍ପିଟାଲ ଗୁଡିକରେ ଏହି ବ୍ଲଡ୍ ଗ୍ରୁପ୍ ମିଳିବା ବେଶ କଷ୍ଟକର । ଖାସ ଏଥିପାଇଁ ସେ ଡାକ୍ତରଙ୍କ ନିକଟରୁ ଖବର ପାଇ ହସ୍ପିଟାଲରେ ପହଂଚି ରକ୍ତଦାନ କରିଥିଲେ । ଏ ନେଇ ଖୋଦ ହ୍ରିତିକ୍ ଏକ ପୋଷ୍ଟ ଜରିଆରେ କୋକିଲାବେନ୍ ହସ୍ପିଟାଲ ତଥା ଡାକ୍ତରୀ ଦଳକୁ ଧନ୍ୟବାଦ ଜଣାଇଛନ୍ତି ।
View this post on Instagram
ରକ୍ତଦାନକୁ ନେଇ ହ୍ରିତିକଙ୍କୁ ତାଙ୍କ ବାପା ରାକେଶ ରୋଶନ ପ୍ରଶଂସା କରିଛନ୍ତି । ଅନ୍ୟପଟେ ତାଙ୍କ ଫ୍ୟାନମାନେ ବି ସୋସିଆଲ୍ ମିଡିଆରେ ଛୁଟାଇଛନ୍ତି ପ୍ରଶଂସାର ସୁଅ । ଆଗାମୀ ଦିନରେ ତାମିଲ ଫିଲ୍ମ ବିକ୍ରମ ୱେଧାର ହିନ୍ଦୀ ରିମେକ୍ ଭର୍ସନ ଓ ଦୀପିକା ପାଦୁକୋନଙ୍କ ସହ ଫିଲ୍ମ ଫାଇଟର୍ରେ ହ୍ରିତିକଙ୍କୁ ଦେଖିବାକୁ ମିଳିବ ।
Comments are closed.