Latest Odisha News

ବିବାହ ପୂର୍ବରୁ ଗର୍ଭବତୀ ହେଲେ ରିତିକଙ୍କ ପ୍ରେମିକା ସବା

ମୁମ୍ବାଇ: ବିବାହ ପୂର୍ବରୁ ଗର୍ଭବତୀ ହେଲେ ବଲିଉଡ଼ ଅଭିନେତା ରିତିକ ରୋଶନଙ୍କ ପ୍ରେମିକା ସବା ଆଜାଦ । ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସବାଙ୍କର ଇନଷ୍ଟା ପୋଷ୍ଟ ଭାଇରାଲ ହେବା ପରେ ସେ ଗର୍ଭବତୀ ଥିବା କୁହାଯାଉଛି ।

ରିତିକ ପ୍ରଥମ ପତ୍ନୀ ସୁଜାନେଙ୍କଠାରୁ ଅଲଗା ହେବା ପରେ ଅଭିନେତ୍ରୀ ସବା ଆଜାଦଙ୍କୁ ଡେଟ୍ କରୁଛନ୍ତି । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ସମସ୍ତେ ଜାଣନ୍ତି । ଦୁହେଁ ଏକା ସାଙ୍ଗରେ ଅନେକ ସ୍ଥାନରେ ଓ ପାର୍ଟିରେ ନଜର ଆସୁଛନ୍ତି । ଏମିତି କି ଉଭୟ ବିଦେଶରେ ଛୁଟି କଟାଉଥିବାର ମଧ୍ୟ ଦେଖିବାକୁ ମିଳିଛି । ଖୁବ୍ ଶୀଘ୍ର ସେମାନେ ବିବାହ କରିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ହେଲେ ପ୍ରେମ ସମ୍ପର୍କରେ ଥାଇ ବି ଦୁହେଁ ଏପର୍ଯ୍ୟନ୍ତ ନିଜ ବିବାହ ବିଷୟରେ କୌଣସି ଘୋଷଣା କରିନାହାନ୍ତି ।

ବିବାହ ନ କରି ସବା ଗଭର୍ବତୀ ହୋଇସାରିଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସବାଙ୍କର ଇନଷ୍ଟା ପୋଷ୍ଟ ଭାଇରାଲ ହେବା ପରେ ସେ ଗର୍ଭବତୀ ଥିବା କୁହାଯାଉଛି । ଇନଷ୍ଟାରେ ଏକ ପୋଷ୍ଟ କରି ସବା ଲେଖିଛନ୍ତି, ତୁମର ସ୍ତ୍ରୀରୋଗ ବିଶେଷଜ୍ଞ କିଏ? ଏଭଳି ଲେଖାଥିବା ଫଟୋ ସହ କ୍ୟାପସନରେ ସବା ଲେଖିଛନ୍ତି, କେବଳ ଗୋଟିଏ ପ୍ରଶ୍ନ ଏବେ ମୋ ମୁଣ୍ଡରେ । ତୁମର ସ୍ତ୍ରୀରୋଗ ବିଶେଷଜ୍ଞ କିଏ? ସବାଙ୍କର ଏଭଳି ପୋଷ୍ଟ ପରେ ଏବେ ସେ ଗର୍ଭବତୀ ଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

Comments are closed.