ମୁମ୍ବାଇ: ଅମୀର ଖାଁଙ୍କ ଲାଲ ସିଂ ଚଢ଼ାକୁ ପ୍ରଶଂସା କରି ଫସିଲେ ହ୍ରିତିକ ରୋଶନ । ହ୍ରିତିକଙ୍କ ଆଗାମୀ ଫିଲ୍ମ ବିକ୍ରମବେଧାକୁ ସୋସିଆଲ ମିଡିଆରେ ବୟକଟ କରାଯିବା ଆରମ୍ଭ ହୋଇଛି । ଏପରିକି ବୟକଟବିକ୍ରମବେଧା ଏବେ ଟ୍ରେଣ୍ଡ କରିବାରେ ଲାଗିଛି । ଅମୀରଙ୍କ ଫିଲ୍ମ ଦର୍ଶକ ନାପସନ୍ଦ କରିବା ପରେ ଏହା ବର୍ତମାନ ତାର ମୂଳ ବଜେଟ ହାସଲ ନେଇ ସଂଘର୍ଷ କରୁଛି । ଅମୀରଙ୍କୁ ସମର୍ଥନ କରି ହ୍ରିତିକ ଲେଖିଥିଲେ ମୁଁ ଏହି ଫିଲ୍ମ ଦେଖିଛି । ଏହା ଏକ ଭଲ ଫିଲ୍ମ, ଏହାକୁ ଦେଖିବା ସୁଯୋଗ ହାତଛଡା କର ନାହିଁ । କରୀନା କାପୁର ଏହାକୁ ଶେୟାର କରିଥିଲେ । ହ୍ରିତିକଙ୍କ ସମର୍ଥନ ଅନେକଙ୍କୁ ପସନ୍ଦ ଆସି ନ ଥିଲା । ଜଣେ ୟୁଜର୍ସ ଲେଖିଛନ୍ତି ଖାଁ ମାନଙ୍କୁ ଭଲ ସମର୍ଥନ କରୁଛ ? ସୁଶାନ୍ତ ସିଂ ରାଜପୁତ ଓ ଦି କଶ୍ମୀର ଫାଇଲ୍ସ ବେଳେ କେଉଁଠି ଥିଲ ? ଆମେ ବିକ୍ରମବେଧା ଫିଲ୍ମକୁ ନେଇ ନିଷ୍ପତି ନେଇସାରିଛୁ । ୩ ଦିନ ମଧ୍ୟରେ ଲାଲ ସିଂ ଚଢ଼ା ୩୦ କୋଟି ବ୍ୟବସାୟ କରିଛି । ଫିଲ୍ମର ବଜେଟ ୧୮୦କୋଟି ହେବ ବୋଲି ଅନୁମାନ କରାଯାଉଛି ।
BREAKING NEWS
- Indian Tankers Pass Through Strait of Hormuz:ଭାରତ ପାଇଁ ଖୋଲିଲା ହରମୁଜ୍ ପ୍ରଣାଳୀ! ପାର ହେଲା ଭାରତୀୟ ଟ୍ୟାଙ୍କର ପୁଷ୍ପକ ଏବଂ ପରିମଲ୍
- ତୈଳ ଭଣ୍ଡାର ମୁକ୍ତ କରିବାକୁ ରାଜି ହେଲେ G7 ଦେଶ, ବିଶ୍ୱ ସ୍ତରରେ ତୈଳ ମୂଲ୍ୟ ବୃଦ୍ଧି
- Iran’s ‘suicide boat’: ଛାଡୁନି ଇରାନ, ଇରାକରୁ ବାହାରିନ ପର୍ଯ୍ୟନ୍ତ ଆମେରିକା ତେଲ ଟ୍ୟାଙ୍କର୍ ଉପରେ ଆକ୍ରମଣ
- ଭୁବନେଶ୍ୱର ଟ୍ରାଫିକ ସମସ୍ୟାର ହେବ ସମାଧାନ, ୧୫ ଦିନରେ ଆସିବ ନୂଆ ନିୟମ !
- ଫାରୁକ ଅବଦୁଲ୍ଲାଙ୍କୁ ହତ୍ୟା କରିବାକୁ ଉଦ୍ୟମ, ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଲେ ଓମର ଅବଦୁଲ୍ଲା
- ମଧ୍ୟପ୍ରାଚ୍ୟକୁ ୫୮ଟି ବିମାନ ଚଳାଚଳ କରିବ ଏୟାର ଇଣ୍ଡିଆ
- ରାଷ୍ଟ୍ରପତିଙ୍କୁ ଅସମ୍ମାନ ପ୍ରସଙ୍ଗ: ମମତାଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ପୋଲିସକୁ ବଡ଼ ସଫଳତା: ଚାଲାଣ ବେଳେ ୬୩୧ଟି କଇଁଛ ଜବତ, ୭ ବ୍ୟବସାୟୀ ଗିରଫ
- Town Hall Event: ଓଡ଼ିଶା ରାଜନୀତି ଓ ଅର୍ଥନୀତିରେ ‘ବିକଳ୍ପ’ର ସନ୍ଧାନ: ଭୁବନେଶ୍ୱରରେ ଅନୁଷ୍ଠିତ ହେଲା ‘ଟାଉନ ହଲ୍’
- Joins BJP: ‘ବିଜେଡିର ଉତ୍ତରାଧିକାରୀ ଯୋଜନା ନାହିଁ,ସୁଶାସନ ଦେଇ ପାରିବନି’;ପଦ୍ମ ଧରିବା ପରେ ରବୀନ୍ଦ୍ରଙ୍କ ଆଟାକ୍
Comments are closed.