Latest Odisha News

BREAKING NEWS

ଲାଲ ସିଂ ଚଢ଼ାକୁ ପ୍ରଶଂସା କରି ଫସିଗଲେ ହ୍ରିତିକ

ମୁମ୍ବାଇ: ଅମୀର ଖାଁଙ୍କ ଲାଲ ସିଂ ଚଢ଼ାକୁ ପ୍ରଶଂସା କରି ଫସିଲେ ହ୍ରିତିକ ରୋଶନ । ହ୍ରିତିକଙ୍କ ଆଗାମୀ ଫିଲ୍ମ ବିକ୍ରମବେଧାକୁ ସୋସିଆଲ ମିଡିଆରେ ବୟକଟ କରାଯିବା ଆରମ୍ଭ ହୋଇଛି । ଏପରିକି ବୟକଟବିକ୍ରମବେଧା ଏବେ ଟ୍ରେଣ୍ଡ କରିବାରେ ଲାଗିଛି । ଅମୀରଙ୍କ ଫିଲ୍ମ ଦର୍ଶକ ନାପସନ୍ଦ କରିବା ପରେ ଏହା ବର୍ତମାନ ତାର ମୂଳ ବଜେଟ ହାସଲ ନେଇ ସଂଘର୍ଷ କରୁଛି । ଅମୀରଙ୍କୁ ସମର୍ଥନ କରି ହ୍ରିତିକ ଲେଖିଥିଲେ ମୁଁ ଏହି ଫିଲ୍ମ ଦେଖିଛି । ଏହା ଏକ ଭଲ ଫିଲ୍ମ, ଏହାକୁ ଦେଖିବା ସୁଯୋଗ ହାତଛଡା କର ନାହିଁ । କରୀନା କାପୁର ଏହାକୁ ଶେୟାର କରିଥିଲେ । ହ୍ରିତିକଙ୍କ ସମର୍ଥନ ଅନେକଙ୍କୁ ପସନ୍ଦ ଆସି ନ ଥିଲା । ଜଣେ ୟୁଜର୍ସ ଲେଖିଛନ୍ତି ଖାଁ ମାନଙ୍କୁ ଭଲ ସମର୍ଥନ କରୁଛ ? ସୁଶାନ୍ତ ସିଂ ରାଜପୁତ ଓ ଦି କଶ୍ମୀର ଫାଇଲ୍ସ ବେଳେ କେଉଁଠି ଥିଲ ? ଆମେ ବିକ୍ରମବେଧା ଫିଲ୍ମକୁ ନେଇ ନିଷ୍ପତି ନେଇସାରିଛୁ । ୩ ଦିନ ମଧ୍ୟରେ ଲାଲ ସିଂ ଚଢ଼ା ୩୦ କୋଟି ବ୍ୟବସାୟ କରିଛି । ଫିଲ୍ମର ବଜେଟ ୧୮୦କୋଟି ହେବ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.