ମୁମ୍ବାଇ: ଡନ ୩ ଫିଲ୍ମରୁ ରଣବୀର ସିଂ ଆଉଟ ହେବା ପରେ ଏବେ ଏହାର ନିର୍ଦ୍ଦେଶକ ଫରହାନ ଅଖତାର ନୂଆ ଡନ ଖୋଜା ଚାଲିଛି । ରିପୋର୍ଟ ମୁତାବକ ଫରହାନ ଇତି ମଧ୍ୟରେ ହ୍ରିତିକଙ୍କ ସହ ଯୋଗାଯୋଗ କରିଛନ୍ତି । ତେବେ ହ୍ରିତିକ ଡନ ୩ର ମୂଖ୍ୟ ଭୂମିକାରେ ଅଭିନୟ କରିବା ନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ । ଫରହାନ କିମ୍ବା ହ୍ରିତିକ ସେ ସମ୍ପର୍କରେ କୌଣସି ବୟାନ ଦେଇ ନାହାନ୍ତି । ସୂଚନାଯୋଗ୍ୟ,
୨୦୦୬ରେ ଫରହାନଙ୍କ ଏକ ସାକ୍ଷାତକାର ଏବେ ଭାଇରାଲ ହେବାରେ ଲାଗିଛି । ସେ ସମୟରେ ଫରହାନ କହିଥିଲେ ମୁଁ ଶାହାରୁଖ ଖାଁ ବଦଳରେ ହ୍ରିତିକଙ୍କ ସହ ଡନ ଫିଲ୍ମ କରିବାକୁ ଚାହୁଥିଲେ । ସ୍କ୍ରିପ୍ଟ ପଢ଼ିବା ପରେ ହ୍ରିତିକଙ୍କ ବଦଳରେ ଶାହାରୁଖଙ୍କୁ ଡନ ଭୂମିକା ଦେଇଥିଲି ବୋଲି କହିଛନ୍ତି । ଅମିତାଭ ବଚ୍ଚନଙ୍କ କ୍ଲାସିକ ଫିଲ୍ମ ଡନ ଭୂମିକାରେ ଶାହାରୁଖ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲେ । ତୃତୀୟ ସଂସ୍କରଣରେ ଶାହାରୁଖଙ୍କ ବଦଳରେ ରଣବୀରଙ୍କୁ ଡନ ଭୂମିକା ପାଇଁ ଚୟନ କରିଥିଲେ ।