Latest Odisha News

BREAKING NEWS

ଅଭିନେତା ହ୍ରିତିକ୍ ରୋଶନଙ୍କ ସହ ରହସ୍ୟମୟୀ ଯୁବତୀ କିଏ ?

ମୁମ୍ବାଇ: ବଲିଉଡର୍ ଗ୍ରୀକ୍ ଗଡ୍ ଓରଫ ହ୍ରିତିକ୍ ରୋଶନ୍ । ସୁଜୈନ ଖାନଙ୍କ ସହ ଛାଡପତ୍ର ପରେ ସେ ଏବେ ସିଙ୍ଗଲ୍ ଅଛନ୍ତି । ଏପରି ସ୍ଥିତିରେ ତାଙ୍କ ପର୍ସନାଲ ଲାଇଫ୍ ବିଷୟରେ ଜାଣିବାକୁ ଫ୍ୟାନମାନେ ଚାହିଁ ବସିଛନ୍ତି । ନିକଟରେ ହ୍ରିତିକ୍ ଜଣେ ରହସ୍ୟମୟୀ ଯୁବତୀଙ୍କ ସହ ନଜର ଆସିଥିଲେ । ସେବେଠୁ ସେହି ଯୁବତୀ ଜଣକ କିଏ ବୋଲି ଚର୍ଚ୍ଚା ଜୋର ଧରିଛି ।

ମୁମ୍ବାଇର ଏକ ପପୁଲାର୍ ଜାପାନୀଜ୍ ରେଷ୍ଟୁରାଣ୍ଟକୁ ହ୍ରିତିକ୍ ଡିନର୍ କରିବାକୁ ପହଂଚିଥିଲେ । ସାଥିରେ ଥିଲେ ଜଣେ ଯୁବତୀ । ଯିଏ କି ହ୍ରିତିକଙ୍କ ହାତ ଧରିଥିଲେ । ଏହି ଭିଡିଓଟି ଭାଇରାଲ୍ ହେବା ପରେ ଯୁବତୀଙ୍କ ବିଷୟରେ ସୋସିଆଲ୍ ମିଡିଆରେ ଜୋରଦାର ଚର୍ଚ୍ଚା ହେବା ଆରମ୍ଭ ହୋଇସାରିଛି ।

ରେଷ୍ଟୁରାଣ୍ଟରୁ ବାହାରିବା ପରେ ହ୍ରିତିକ୍ ସେହି ଯୁବତୀଙ୍କୁ କାରରେ ବସାଇ ବାହାରିପଡିଥିଲେ । ତେବେ ଯୁବତୀଙ୍କ ମୁହଁରେ ମାସ୍କ ଥବାରୁ ତାଙ୍କ ପରିଚୟ ଜଣାପଡିନି । ଅନେକ ଲୋକ ଏହି ଭିଡିଓ ଦେଖିବା ପରେ ଯୁବତୀ ଜଣଙ୍କୁ ହ୍ରିତିକଙ୍କ ନୂଆ ଗାର୍ଲଫ୍ରେଣ୍ଡ ରୂପେ ବିବେଚନା କରିଛନ୍ତି । ସେହିଭଳି ଅନ୍ୟ କିଛି ଲୋକ ଯୁବତୀଙ୍କୁ ବଲିଉଡ ସୁପରଷ୍ଟାର ହ୍ରିତିକଙ୍କ ବନ୍ଧୁବାନ୍ଧବ ବୋଲି ଅନୁମାନ କରିଛନ୍ତି ।

 

View this post on Instagram

 

A post shared by yogen shah (@yogenshah_s)

ଆଗାମୀ ଦିନରେ ହ୍ରିତିକଙ୍କୁ ତାମିଲ ଫିଲ୍ମ “ବିକ୍ରମ୍ ବେଧା”ର ହିନ୍ଦୀ ରିମେକ୍ ଭର୍ସନରେ ଦେଖିବାକୁ ମିଳିବ । ଏଥିରେ ସୈଫ୍ ଅଲ୍ଲି ଖାନଙ୍କ ସମେତ ରାଧିକା ଆପ୍ଟେ ମଧ୍ୟ ନଜର ଆସିବେ ।

Comments are closed, but trackbacks and pingbacks are open.