Latest Odisha News

BREAKING NEWS

ସଂକ୍ରମଣ ହ୍ରାସ ପାଇଛି ,ରାଜ୍ୟରେ ସ୍କୁଲ ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇନି: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର :ରାଜ୍ୟରେ ସ୍କୁଲ ଖୋଲିବା ନେଇ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଯଦିଓ ସଂକ୍ରମଣ ହ୍ରାସ ପାଇଛି ରାଜ୍ୟ ସରକାର ସ୍କୁଲ ଖୋଲିବା ନେଇ ଏପର୍ଯ୍ୟନ୍ତ କୋଣସି ନିଷ୍ପତ୍ତି ନେଇ ନାହାନ୍ତି । କିଛି ଦିନ କରୋନା ସଂକ୍ରମଣ ଗତି ଉପରେ ନଜର ରଖାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

ଶ୍ରୀ ଦାଶ କହିଛନ୍ତି ବର୍ତ୍ତମାନ ଅନଲାଇନ କ୍ଲାସ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି ।ଅନ୍ୟପଟେ ଅଭିଭାବକ ସଂଘ ଫେବୃଆରୀରୁ ଅଷ୍ଟମରୁ ପ୍ଲସଟୁ ୟୁଜି ଏବଂ ପିଜି ଛାତ୍ରଛାତ୍ରୀଙ୍କ ଅପ ଲାଇନ କ୍ଲାସ ଆରମ୍ଭ କରିବାକୁ ଦାବି କରିଛନ୍ତି ।ଏଥିରେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଲୋଡିଛନ୍ତି ଅଭିଭାବକ ସଂଘ ।

କିନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ସ୍କୁଲ ଖୋଲିବା ସପକ୍ଷରେ ନାହାନ୍ତି । ସଂକ୍ରମଣ ପୁରାପୁରା ହ୍ରାସ ପାଇନି ।ଆମକୁ ଆମକୁ ଆଉ କିଛି ଦିନ ଅପେକ୍ଷା କରିବା ପାଇଁ ପଡିବ । ରାଜ୍ୟରେ ଓମିକ୍ରନ ମାମଲା ଅଛି ଯେ କୋଣସି ମୁହୁର୍ତ୍ତରେ ଏହା ବଢିପାରେ ଆମକୁ ସତର୍କ ରହିବାକୁ ପଡିବ । ତେଣୁ ସ୍କୁଲ ଖୋଲିବା କଥା ଆମେ ଭାବୁନାହୁଁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ।

ସାରା ଦେଶରେ ସ୍କୁଲ ଗୁଡିକ ବନ୍ଦ ରହିଛି ।ଏହା ଖୋଲିବା ନେଇ ନିଷ୍ପତି ହୋଇପାରେ ବୋଲି ସମୀର ରଞ୍ଜନ ଦାଶ କହିଛନ୍ତି ଦେଶବ୍ୟାପି ବିଦ୍ୟାଳୟ ଖୋଲିବା ପାଇଁ କେନ୍ଦସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟା ଏକ ବୈଠକ ମଧ୍ୟ କରିଥିଲେ । ଏଥିପାଇଁ କିଛି ଆଡଭାଇଜାରୀ ଜାରି କରିବା ପାଇଁ ନ୍ୟାସନାଲ ଏକ୍ସପର୍ଟ ମାନଙ୍କୁ କହିଛନ୍ତି ।

Comments are closed, but trackbacks and pingbacks are open.