Latest Odisha News

BREAKING NEWS

ସବା ଆଜାଦଙ୍କୁ ବିବାହ କରିପାରନ୍ତି ହ୍ରିତିକ୍ ! ଦୁହିଁଙ୍କ ରିଲେସନସିପକୁ ନେଇ ଚର୍ଚ୍ଚା

ମୁମ୍ବାଇ : ହ୍ୟାଣ୍ଡ ସମ୍ ହଙ୍କ୍ ହ୍ରତିକ ରୋଶନ ଓ ସବା ଆଜାଦଙ୍କୁ ନେଇ ବଲିଉଡରେ ଚର୍ଚ୍ଚା ବଢିବାରେ ଲାଗିଛି । ହ୍ରିତିକ୍ ରୋଶନଙ୍କ ଫ୍ୟାମିଲି ଗେଟ୍ ଟୁ ଗେଦରରେ ସବାଙ୍କ ଉପସ୍ଥିତି ଥିବା ଦେଖିବାକୁ ମିଳିଥିଲା । ହ୍ରିତିକଙ୍କ ଏକ୍ସ ୱାଇଫ୍ ମଧ୍ୟ ସବାଙ୍କୁ ସୋସିଆଲ ମିଡିଆରେ ପ୍ରଂଶସା କରିଥିଲେ । ଦୁଇ ବନ୍ଧୁ ଖୁବ୍ ଶୀଘ୍ର ବିବାହ କରି ପାରନ୍ତି ବୋଲି ଚର୍ଚ୍ଚା ବଢିବାରେ ଲାଗିଛି।

ହ୍ରିତିକ ଓ ସବା ଦୁହେଁ ସମୟ ବିତାଉଥିବା ବେଳେ ସୋସିଆଲ ମିଡିଆରେ ଉଭୟ ଫଟୋ ପୋଷ୍ଟ ଜାରି ରଖିଛନ୍ତି । ସବାଙ୍କୁ ହ୍ରିତିକଙ୍କ ପରିବାର ଖୁବ୍ ପସନ୍ଦ କରୁଛନ୍ତି । ସବା ଓ ହ୍ରିତିକଙ୍କ ମ୍ୟାରେଜକୁ ନେଇ ସୋସିଆଲ ମିଡିଆରେ ଫ୍ୟାନ୍ ମାନେ ପ୍ରଶ୍ନ ପଚାରୁଥିବା ବେଳେ ଏ ବିଷୟରେ ନିରବ ଅଛନ୍ତି ହ୍ୟାଣ୍ଡସମ୍ ହଙ୍କ୍ ହ୍ରିତିକ୍ ।

ହ୍ରିତିକଙ୍କ ଜଣେ ସାଙ୍ଗ  ଦୁହିଁଙ୍କ ଯୋଡିକୁ ନେଇ କିଛି ଇମ୍ପୋଟାଣ୍ଟ କଥା ସେୟାର କରିଛନ୍ତି । ହ୍ରିତିକ୍ ଓ ସବା ଦୁହେଁ ପରସ୍ପରର ଖୁବ୍ ନିକଟତର ବୋଲି ହ୍ରିତିକଙ୍କ ଜଣେ ବନ୍ଧୁ କହିଛନ୍ତି । ହ୍ରିତିକଙ୍କ ପରିବାର ମଧ୍ୟ ସବାଙ୍କୁ ଗ୍ରହଣ କରିବା ପାଇଁ ରାଜି ବୋଲି ସେ କହିଛନ୍ତି ।ଏବଂ ନିଜ ନାମ ସେ ଗୋପନ ରଖିବାକୁ କହିଛନ୍ତି ।

Comments are closed, but trackbacks and pingbacks are open.