Latest Odisha News

ଦ କଶ୍ମୀର ଫାଇଲ୍ସ ପ୍ରମୋଶନ୍ ନାଟ, ଜବାବ୍ ରଖିଲେ କପିଲ୍ ଶର୍ମା

ମୁମ୍ବାଇ: ରିଲିଜ୍ ନହେଉଣୁ ଖୁବ ଚର୍ଚ୍ଚା ସାଉଣ୍ଟିଛି ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ଦ କଶ୍ମୀର୍ ଫାଇଲ୍ସ । ତେବେ ଫିଲ୍ମର କଣ୍ଟେଣ୍ଟ ନୁହେଁ ବରଂ ପ୍ରମୋଶନକୁ ନେଇ ବିବେକଙ୍କ ବୟାନ୍ ଏବେ ଅନେକଙ୍କୁ ତାଜୁବ୍ କରିଛି । ବିବେକଙ୍କ ଟୁଇଟ୍ ଅନୁଯାୟୀ ଦ କଶ୍ମୀର ଫାଇଲ୍ସରେ କୁଆଡେ ବଡ ଷ୍ଟାର୍ ନଥିବାରୁ କପିଲ ନିଜ ସୋରେ ଫିଲ୍ମର ପ୍ରମୋଶନ୍ କରିବାକୁ ମନା କରିଦେଇଥିଲେ । ବେଶ କିଛି ଦିନ ଧରି ଏହି ଖବର ଚର୍ଚ୍ଚାରେ ରହିବା ପରେ ଶେଷରେ କପିଲ ଏହି ମାମଲାରେ ମୁହଁ ଖୋଲିଛନ୍ତି ।

ଆଜି ଏକ ଟୁଇଟ୍ ଜରିଆରେ କମେଡି କିଙ୍ଗ କପିଲ୍ ନିର୍ଦ୍ଦେଶକ ବିବେକଙ୍କୁ ଜବାବ୍ ଦେଇଛନ୍ତି । କପିଲଙ୍କ ଅନୁଯାୟୀ ବିବେକଙ୍କ ବୟାନରେ ଆଦୌ ସତ୍ୟତା ନାହିଁ । ଏପରିକି ସୋସିଆଲ ମିଡିଆରେ ଉଠିଥିବା ଏକତରଫା ଗୁଜବକୁ ବିଶ୍ୱାସ ନକରିବା ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଜଣେ ସୋସିଆଲ ମିିଡିଆ ୟୁଜରଙ୍କୁ ଜବାବ ଦେବାକୁ ଯାଇ କପିଲ ସମସ୍ତ ଗୁଜବକୁ ଖଣ୍ଡନ କରିଥିଲେ ।

ଅନ୍ୟପଟେ ଫିଲ୍ମ ଦ କଶ୍ମୀର ଫାଇଲ୍ସ କଶ୍ମୀରୀ ପଣ୍ଡିତଙ୍କ ସହ ଘଟିଥିବା ସତ୍ୟ ଘଟଣା ଉପରେ ଆଧାରିତ । ଏଥିରେ ମିଥୁନ୍ ଚକ୍ରବର୍ତ୍ତୀ, ଅନୁପମ୍ ଖେର, ଦର୍ଶନ କୁମାର, ପଲ୍ଲଭୀ ଯୋଶୀ ଓ ଚିନ୍ମୟ ମନ୍ଦଲେକରଙ୍କ ଭଳି ପୁରୁଖା କଳାକାରଙ୍କୁ ଦେଖିବାକୁ ମିଳିବ । ଆସନ୍ତାକାଲି ଏହି ଫିଲ୍ମଟି ରିଲିଜ୍ ହେବାକୁ ଥିବାବେଳେ ଏହାର କାହାଣୀ ଉପରେ ଫିଲ୍ମ କ୍ରିଟିକ୍‌ଙ୍କ ନଜର ରହିଛି ।

Comments are closed, but trackbacks and pingbacks are open.