Latest Odisha News

ବଜେଟ ଯୋଗୁ ଅଟକିଲା କ୍ରିଶ ୪

ମୁମ୍ବାଇ: ବଲିଉଡର ଲୋକପ୍ରିୟ ସୁପରହୀରୋ ଫିଲ୍ମ କ୍ରିଶ ୪କୁ ଏକ ନୈରାଶ୍ୟଜନକ ଖବର ସମ୍ମୁଖକୁ ଆସିଛି । ଦୀର୍ଘ ଦିନ ହେବ ଫିଲ୍ମର ପ୍ରସ୍ତୁତି ଚାଲିଥିଲେ ମଧ୍ୟ ଏବେ ଏହାକୁ ସାମୟିକ ଭାବେ ବନ୍ଦ କରି ଦିଆଯାଇଛି । ଏହାର ପ୍ରଥମ ୩ଟି ସଂସ୍କରଣ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା । ଏହାର ହୀରୋ ହ୍ରିତିକ ରୋଶନ ୪ର୍ଥ ସଂସ୍କରଣର ହୀରୋ ହେବା ସହ ନିର୍ଦ୍ଦେଶନା ଭାର ମଧ୍ୟ ସମ୍ଭାଳିଥିଲେ । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ବଜେଟକୁ ନେଇ ହ୍ରିତିକ ଏବଂ ଆଦିତ୍ୟ ଚୋପ୍ରାଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଛି ।

ଆଦିତ୍ୟ ଚୋପ୍ରା ୩୫୦ କୋଟି ବଜେଟ ପର୍ଯ୍ୟନ୍ତ ଇନଭେଷ୍ଟ କରିବାକୁ ରାଜି ହୋଇଥିବା ବେଳେ ହ୍ରିତିକ ୫୦୦ କୋଟି ଆଶା କରିଥିଲେ । ଦୁଇ ପକ୍ଷ ମଧ୍ୟରେ ବାରମ୍ବାର ଆଲୋଚନା ହୋଇଥିଲେ କୌଣସି ଫଳାଫଳ ବାହାରି ପାରି ନ ଥିଲେ । ଶେଷରେ ଏହାକୁ ବନ୍ଦ କରିବା ପାଇଁ ନିଷ୍ପତି ନିଆଯାଇଛି । ଏବେ ହ୍ରିତିକ ଅନ୍ୟ ପ୍ରଡ୍ୟୁସରଙ୍କ ସହ ଆଲୋଚନା କରୁଛନ୍ତି । ସେ ଏଥିପାଇଁ କ୍ରିଶ ୪ ସ୍କ୍ରିପ୍ଟରେ ପରିବର୍ତନ କରିବାକୁ ମଧ୍ୟ ରାଜି ହୋଇଛନ୍ତି । ଅନ୍ୟ ଏକ ରିପୋର୍ଟ ଅନୁସାରେ ହ୍ରିତିକ ଓ ଆଦିତ୍ୟ କିଛି ଦିନର ବ୍ୟବଧାନ ପରେ ପୂନର୍ବାର ଏହା ଉପରେ କାର୍ଯ୍ୟ କରିବେ ।

Leave A Reply

Your email address will not be published.