Latest Odisha News

ଅଫିସିଆଲ ଘୋଷଣା,ନିର୍ଦ୍ଦେଶନା ଦେବେ ହ୍ରିିତିକ ରୋଶନ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ନାୟକ ହ୍ରିତିକ ରୋଶନ ଏବେ ନିର୍ଦ୍ଦେଶନାରେ ପାଦ ଥାପିବେ । କ୍ରିଶ ୪ ଫିଲ୍ମ ମାଧ୍ୟମରେ ସେ ତାଙ୍କ ବାପା ରାକେଶ ରୋଶନଙ୍କ ଦାୟିତ୍ୱକୁ ଏଥର ଅଗକୁ ବଢ଼ାଇବେ । କ୍ରିଶ ୪ ଫିଲ୍ମକୁ ରାକେଶ ରୋଶନ ଓ ଆଦିତ୍ୟ ଚୋପ୍ରା ମିଳିତ ଭାବେ ପ୍ରଡ୍ୟୁସ କରିବେ । ରାକେଶ ରୋଶନ ଇନଷ୍ଟାଗ୍ରାମରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଆଜିକୁ ୨୫ ବର୍ଷ ତଳେ ମୁଁ ତୁମକୁ ଅଭିନେତା ଭାବେ ସମ୍ମୁଖକୁ ଆଣିଥିଲେ ଏବେ ନିର୍ଦ୍ଦେଶନା ଦାୟିତ୍ୱ ପ୍ରଦାନ କରୁଛି । କ୍ରିଶ ପ୍ରଶଂଚାଇଜ ସହ ହ୍ରିତିକ ଭଲ ଭାବେ ଜଡିତ । ଏହାକୁ ଆଗକୁ ନେବାରେ ସେ ନିଶ୍ଚିତ ଭାବେ ସଫଳ ହେବେ ବୋଲି ରାକେଶ କହିଛନ୍ତି । ୨୦୨୬ ଆରମ୍ଭରୁ ଏହି ଫିଲ୍ମର ଶୁଟିଂ ଆରମ୍ଭ ହେବ ।

ସ୍କ୍ରିପ୍ଟ ପ୍ରସ୍ତୁତ ହୋଇ ସାରିଥିବା ବେଳେ ଏବେ ପ୍ରି ପ୍ରଡକ୍ସନ କାମ ଆରମ୍ଭ ହୋଇଯାଇଛି ବୋଲି ରାକେଶ କହିଛନ୍ତି । ଘର ଘର କି କାହାନୀ ମାଧ୍ୟମରେ ରାକେଶ ୧୯୭୦ରେ ତାଙ୍କ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ସେ ୧୯୮୦ରେ ନିଜର ପ୍ରଡକ୍ସନ ହାଉସ ଖୋଲିଥିଲେ । ଆପ ଦେ ଦିୱାନେ ତାଙ୍କର ପ୍ରଥମ ଫିଲ୍ମ ଥିଲା । ଏହା ବକ୍ସ ଅଫିସରେ ଭଲ ବ୍ୟବସାୟ କରି ନ ଥିଲା । ସେ କିଙ୍ଗ ଅଙ୍କଲ, କୋୟଲା, କହୋ ନା ପ୍ୟାର ହେ, କୋଇ ମିଲ ଗୟା, କରନ ଅର୍ଜୁନ, କ୍ରିଶ, କ୍ରିଶ ୨ ଫିଲ୍ମରେ ନିର୍ଦ୍ଦେଶନା ଦେଇ ସାରିଛନ୍ତି । ଏବେ ହ୍ରିତିକଙ୍କ ଫିଲ୍ମ ଉପରେ ସମସ୍ତଙ୍କ ନଜର ରହିବ ।

Comments are closed.