ମୁମ୍ବାଇ: ହ୍ରିତିକ ରୋଶନଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । କେଜିଏଫ ୧, କେଜିଏଫ ୨ ଓ ସାଲାର ପାର୍ଟ ୧ ଓ କାନ୍ତାରା ପରି ଫିଲ୍ମ କରିଥିବା ହୋମ୍ବଲେ ଫିଲ୍ମସ ଏବେ ହ୍ରିତିକଙ୍କୁ ନେଇ ନୂଆ ଫିଲ୍ମ କରିବେ । ଏହା ଏକ ପ୍ୟାନ ଇଣ୍ଡିଆ ଫିଲ୍ମ ହେବ । ଆମେ ଏ ଭଳି ଏକ କାହାଣୀ ନେଇ ଆସିବୁ ଯାହାକୁ ସମସ୍ତେ ପସନ୍ଦ କରିବେ ବୋଲି ମେକର୍ସଙ୍କ ପକ୍ଷରୁ କୁହାଯାଇଛି । ହ୍ରିତିକଙ୍କ ପରି ଅଭିନେତାଙ୍କୁ ନେଇ ଫିଲ୍ମ କରିବା ନିଶ୍ଚିତ ଭାବେ ଏକ ସମ୍ମାନର ବିଷୟ । ମେକର୍ସଙ୍କ ପକ୍ଷରୁ ସୋସିଆଲ ମିଡିଆରେ ଏ ସମ୍ପର୍କରେ ପ୍ରଶଂସକଙ୍କୁ ସୂଚନା ପ୍ରଦାନ କରାଯାଇଛି ।
ଫିଲ୍ମରେ ଆକ୍ସନ ରହିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ହୋମ୍ବଲ୍ସ ଫିଲ୍ମସରେ ପ୍ରାୟ ସମସ୍ତ ଫିଲ୍ମରେ ଆକ୍ସନ ନିଶ୍ଚିତ ଭାବେ ରହିcଥାଏ । ଏବେ ହ୍ରିତିକ ସାଉଥ ସୁପରଷ୍ଟାର ଜୁନିୟର ଏନଟିଆରଙ୍କ ସହ ୱାର ୨ ଫିଲ୍ମରେ ନଜର ଆସିବେ । ଏହା ପରେ କ୍ରିଶ ୪କୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଏଥିରେ ହ୍ରିତିକ ପ୍ରଥମ ଥର ପାଇଁ ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି । ପୂର୍ବରୁ ଏହି ସିରିଜର ସମସ୍ତ ଫିଲ୍ମରେ ରାକେଶ ରୋଶନ ନିର୍ଦ୍ଦେଶନା ଦେଉଥିଲେ ।
Comments are closed.