ମୁମ୍ବାଇ: ଅନଲାଇନ ଫୁଡ ଡେଲିଭେରୀ କମ୍ପାନୀ ଜୋମାଟୋର ଏକ ବିଜ୍ଞାପନକୁ ନେଇ ବିବାଦୀୟ ପରିସ୍ଥିତ ସୃଷ୍ଟି ହୋଇଛି । ବିଜ୍ଞାପନରେ ବଲିଉଡ ଷ୍ଟାର ହ୍ରିତିକ ରୋଶନ ଅର୍ଡର ଦେବା ବେଳେ କହୁଛନ୍ତି ଉଜ୍ଜୈନରେ ଅଛି ମହାକାଳଙ୍କ ଥାଳି ଖାଇବାକୁ ମନ ହେଉଛି । ଏ ଭଳି ବିଜ୍ଞାପନ ଜାରୀ କରିବା ବେଳେ କମ୍ପାନୀ ଭଲ କରି ବିଚାର କରିବା ଉଚିତ । ହିନ୍ଦୁମାନେ ସହିଷ୍ଣୁ ବୋଲି କିଛି କରି ନାହାନ୍ତି , ଅନ୍ୟ କୌଣସି ସମ୍ପ୍ରଦାୟ ହୋଇଥିଲେ କମ୍ପାନୀ ଜାଳି ଦେଇଥାନ୍ତେ ବୋଲି ମହାକାଳ ମନ୍ଦିରର ପୂଜାରୀ କହିଛନ୍ତି । ଏଠାରେ ଅନ୍ନ କ୍ଷେତ୍ରରେ ଭକ୍ତଙ୍କୁ ପ୍ରସାଦ ଭୋଜନ ଥାଳୀରେ ଦିଆ ଯାଇଥାଏ । ଏହା ମନ୍ଦିର ପ୍ରାଙ୍ଗଣରେ ମଧ୍ୟାହ୍ନ ୧୧ଟାରୁ ୨ଟା ପର୍ଯ୍ୟନ୍ତ ଏହି ପ୍ରସାଦ ବଂଟା ଯାଇଥାଏ । ଏହା ବାହାରକୁ ପଠା ଯାଇ ନ ଥାଏ । ତୁରନ୍ତ ଏହି ବିଜ୍ଞାପନ ବନ୍ଦ କରାଯାଉ ଅନ୍ୟଥା ଆମେ କୋର୍ଟରେ ଆଶ୍ରୟ ନେବୁ ବୋଲି ପୂଜାରୀ କହିଛନ୍ତ । କଲେକ୍ଟର ଓ ମହାକାଳ ମନ୍ଦିର ସମିତି ଅଧ୍ୟକ୍ଷ ଏହି ବିଜ୍ଞାପନକୁ ତଥ୍ୟହୀନ ବୋଲି କହିଛନ୍ତି । ଭଗବାନ ଶିବଙ୍କ ୧୨ ଜ୍ୟୋର୍ତିଲିଙ୍ଗ ମଧ୍ୟରୁ ମହାକାଳେଶ୍ୱର ଉଜ୍ଜୈନରେ ରହିଛି । ଏହା ଏକମାତ୍ର ଦକ୍ଷିଣମୁଖୀ ଜ୍ୟୋର୍ତିଲିଙ୍ଗ । ଜୋମାଟୋ ଏବଂ ହ୍ରିତିକ ରୋଶନ ଏ ନେଇ କ୍ଷମା ମାଗନ୍ତୁ ବୋଲି ମହାକାଳେଶ୍ୱରଙ୍କ ଭକ୍ତମାନେ ଦାବୀ କରିଛନ୍ତି ।
BREAKING NEWS
- US Places 10 Million Dollar Bounty on Iran Leaders: ଇରାନୀ ନେତାଙ୍କ ଉପରେ ୧୦ ନିୟୁତ ଡଲାର ପୁରସ୍କାର ରଖିଲା ଆମେରିକା, ଅଛି ମୋଜତାବା ଖାମେନେଇଙ୍କ ନାଁ
- Oust CEC Over ‘discriminatory conduct’: ୧୯୩ ସାଂସଦଙ୍କ ସାଇନ୍…ପଦରୁ ହଟିବେ କି ଜ୍ଞାନେଶ କୁମାର? CECଙ୍କୁ ହଟାଇବା ପାଇଁ କ’ଣ ରହିଛି ପ୍ରକ୍ରିୟା?
- Woman Kills 2 Minor Daughters: ଦୁଇ ଶିଶୁକନ୍ୟାଙ୍କୁ କୂଅକୁ ଠେଲି ମାରିଦେଲା ମାଆ!
- US Forces Targets on Iranian Island: ଖର୍ଗ ଆଇଲାଣ୍ଡ ଉପରେ ଆମେରିକାର ଆକ୍ରମଣ, ଇରାନର ସାମରିକ ଘାଟି ନଷ୍ଟ ନେଇ ଦାବି କଲେ ଟ୍ରମ୍ପ
- PM Modi hits out at Congress: ‘ତେଲ, ଏଲପିଜି ନେଇ ଦେଶକୁ ଭ୍ରମିତ କରୁଛି କଂଗ୍ରେସ’, ଆସାମରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
- ଲୋମହର୍ଷକ ଘଟଣା:ନିଜ ଜନ୍ମ କଲା ୨ ଶିଶୁ କନ୍ୟାଙ୍କୁ କୂଅରେ ପକାଇ ହତ୍ୟା କଲା ମା’
- ଏସଜେଏଫଆଇର ୫୦ତମ ବାର୍ଷିକ ସମ୍ମିଳନୀ ଉଦଘାଟିତ
- ହିଣ୍ଡାଲ୍କୋ ପକ୍ଷରୁ ଜାତୀୟ ମାନବାଧିକାର ସମ୍ମିଳନୀ ଆୟୋଜିତ; ଅଧିକାର-ଭିତ୍ତିକ ବିକାଶ ଏବଂ ନୈତିକ ଶାସନ ପରିଚାଳନା ପାଇଁ ଆହ୍ୱାନ
- ୬୨ କିଲୋରୁ ଅଧିକ ଗଞ୍ଜେଇ ସହ କାର-ବାଇକ ଜବତ, ୨ଗିରଫ
- OUSSSCର ପ୍ରଥମ ଅଧ୍ୟକ୍ଷ ହେଲେ ରଶ୍ମିରଞ୍ଜନ ସ୍ବାଇଁ
Comments are closed.