Latest Odisha News

ଅଭିନେତା ହ୍ରିତିକ୍‌ ରୋଶନଙ୍କ ମା’ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ହ୍ରିତିକ୍‌ ରୋଶନଙ୍କ ମା’ ପିଙ୍କି ରୋଶନ କରୋନା ସଂକ୍ରମଣର ଶିକାର ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ସେ ପତି ରାକେଶ ରୋଶନଙ୍କ ସହିତ ସଙ୍ଗରୋଧରେ ରହୁଛନ୍ତି। ତେବେ ସେ ନିଜକୁ ସବୁବେଳେ ଫିଟ୍‌ ରଖୁଥିବାରୁ ତାଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ପ୍ରକାଶ ପାଇନଥିବା ଜଣାପଡ଼ିଛି।

ପିଙ୍କି କହିଛନ୍ତି, ଆମ ପରିବାରର ସମସ୍ତେ ପ୍ରତି ୨୦ ଦିନରେ ନିଜର କରୋନା ପରୀକ୍ଷା କରେଇନେଉ। ଗତ ସପ୍ତାହରେ ମୋ ରି‌ପୋର୍ଟ ପଜିଟିଭ୍‌ ଆସିଛି। ଡାକ୍ତର କହିଛନ୍ତି, ନିୟମିତ ଯୋଗ କରୁଥିବାରୁ କରୋନାର ବିଶେଷ କିଛି ଲକ୍ଷଣ ମୋ ଶରୀରରେ ନାହିଁ। କିନ୍ତୁ ଭୂତାଣୁ ୧୫ ଦିନ ପର୍ଯ୍ୟନ୍ତ ମୋ ଶରୀରରେ ରହିବ। ଶୁକ୍ରବାର ଦିନ ମୁଁ ଆଉ ଏକ ପରୀକ୍ଷା କରାଇନେବି। ଆଶା କରୁଛି ଏଥର ରିପୋର୍ଟ ନେଗେଟିଭ୍‌ ଆସିବ।

Comments are closed.