Latest Odisha News

BREAKING NEWS

ଟ୍ରମ୍ପ-ବିଡେନ୍ ଫାଇନାଲ୍ ଡିବେଟ୍: ୪ଟି ପ୍ରସଙ୍ଗରେ ଟକ୍କର ଜୋରଦାର

ଓ୍ୱାଶିଂଟନ୍: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଫାଇନାଲ୍ ଡିବେଟରେ ମୁହାଁମୁହିଁ ହେଲେ ଡୋନାଲ୍ଟ ଟ୍ରମ୍ପ ଓ ଜୋ ବିଡେନ୍ । ଆରୋପ ପ୍ରତ୍ୟାରୋପ ଭିତରେ ଶେଷ ଡିବେଟ୍ ଜୋରଦାର ହୋଇଛି । ଆଜିର ଡିବେଟରେ ଉଠିଥିଲା କରୋନା ଭାଇରସ୍, କୋଭିଡ୍ ଟିକା, ଜାତିବାଦ ଓ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗ ।
କରୋନା ମୃତ୍ୟୁ ପାଇଁ ଟ୍ରମ୍ପ ଦାୟୀ: ବିଡେନ୍
କରୋନା ପ୍ରସଙ୍ଗ ଉଠାଇ ଟ୍ରମ୍ପଙ୍କ ଉପରେ ହମଲା କରିଥିଲେ ବିଡେନ୍ । କହିଥିଲେ, ଟ୍ରମ୍ପଙ୍କ ଯୋଗୁ ଆମେରିକାରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଗଲା । ସେଭଳି ବ୍ୟକ୍ତି ରାଷ୍ଟ୍ରପତି ପଦରେ ରହିବାର ଅଧିକାର ନାହିଁ । ଜବାବରେ ଟ୍ରମ୍ପ କହିଥିଲେ, ମହାମାରୀ କାରଣରୁ ଆମେରିକାକୁ ବନ୍ଦ କରାଯାଇ ପାରିବ ନାହିଁ । କିଛି ସପ୍ତାହ ଭିତରେ ଭ୍ୟାକସିନ୍ ଆଣିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଟ୍ରମ୍ପ ।

ଜାତିବାଦ ପ୍ରସଙ୍ଗରେ ମୁହାଁମୁହିଁ
ଜାତିବାଦ ପ୍ରସଙ୍ଗରେ ବି ଦୁଇ ନେତା ମୁହାଁମୁହିଁ ହୋଇଥିଲେ । ବିଡେନ୍ ଅଭିଯୋଗ କରିଥିଲେ, ଟ୍ରମ୍ପ ଜାତିବାଦ ନିଆଁ ଲଗାଇବା ଭଳି କାମ କରିଛନ୍ତି । ଜବାବରେ ଟ୍ରମ୍ପଙ୍କ ଉତ୍ତର ଥିଲା, ସେ କୃଷ୍ଣକାୟ ଆମେରିକାଙ୍କ ପାଇଁ ଯାହା କରିଛନ୍ତି ଅନ୍ୟ କେହି କରି ନଥିବେ । ସବୁ ଲୋକଙ୍କ ସହ ଭଲ ସମ୍ପର୍କ ରହିଛି ବୋଲି କହିଥିଲେ ଡୋନାଲ୍ଡ ଟ୍ରମ୍ପ ।

୯୦ ମିନିଟ ଚାଲିଥିଲା ଡିବେଟ୍ । ୬ଭାଗରେ ବିଭକ୍ତ କରାଯାଇଥିଲା । ଉଭୟଙ୍କୁ ୧୫ ମିନିଟ ଲେଖାଏଁ ସମୟ ମିଳିଥିଲା । ଆସନ୍ତା ନଭେମ୍ବର ୩ ତାରିଖରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ରହିଛି ।

Leave A Reply

Your email address will not be published.