Latest Odisha News

BREAKING NEWS

ସିଙ୍ଗଡାକୁ ମିସ୍ କରୁଛନ୍ତି ହ୍ରିତିକ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ହ୍ରିତିକ ରୋଶନ ସିଙ୍ଗଡାକୁ ମିସ୍ କରୁଛନ୍ତି ବୋଲି କହିଛନ୍ତି । ସେ ତାଙ୍କର ଇଚ୍ଛାକୁ ଏକ ଫଟୋ ମାଧ୍ୟରେ ସୋସିଆଲ ସାଇଟରେ ଶେୟାର କରିବା ପରେ ଏହା ଭାଇରାଲ ହେବା ସହ ମିଶ୍ର ପ୍ରତିକ୍ରିୟା ଆସିଛି । ଏହି ଫଟୋରେ ହ୍ରିତିକ ଲ୍ୟାପଟପ ଧରି କୌଣସି ଏକ ବସ୍ତୁକୁ ଗୁରୁତ୍ୱ ସହକାରେ ଦେଖୁଛନ୍ତି ।

ଏହା ପରେ ସେ ଲେଖିଛନ୍ତି ମୋର ଏହି ସିରିୟସ ଲୁକ୍ ନେଇ ବ୍ୟସ୍ତ ହୁଅନ୍ତୁ ନାହିଁ । ମୁଁ ଖାଦ୍ୟ ମେନ୍ୟୁ ଦେଖୁଛି ଏବଂ ସିଙ୍ଗଡାକୁ ଖୋଜୁଛି । ତାଙ୍କର ଏହି ପୋଷ୍ଟ ନେଇ ପ୍ରୀତି ଜିଂଟା, ରାକେଶ ରୋଶନ ଓ ଟାଇଗର ଶ୍ରଫ ମଧ୍ୟ ମତ ରଖିଛନ୍ତି । ତେବେ ଜଣେ ପ୍ରଶଂସକ ମଜାକିଆ ଶୈଳୀରେ ଲେଖଛନ୍ତି, ଆପଣଙ୍କ ନାକ ଏତେ ତୀକ୍ଷଣ ଯେ ସିଙ୍ଗଡାର ଆଳୁ ଏଥିରେ କଟାଯାଇ ପାରିବ ।

Leave A Reply

Your email address will not be published.