Latest Odisha News

BREAKING NEWS

କୋରାପୁଟ: ମ୍ୟାଟ୍ରିକ୍ ପ୍ରଶ୍ନପତ୍ର ଲିକ୍ ଘଟଣାରେ ୪ ଗିରଫ

କୋରାପୁଟ : ଫେବୃଆରି ୨୨ ତାରିଖରେ ଅନୁଷ୍ଠିତ ହୋଇଥିବା ମ୍ୟାଟ୍ରିକ୍ ପରୀକ୍ଷାର ପ୍ରଥମ ଦିନରେ ସାହିତ୍ୟ ପ୍ରଶ୍ନପତ୍ର ଭାଇରାଲ ହେବା ଘଟଣାରେ ଶୁକ୍ରବାର ଦିନ ପୋଲିସ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ୪ ଜଣଙ୍କୁ ଗିରଫ କରିଛି ।

ମିଳିଥିବା ସୂଚନାନୁଯାୟୀ ପୋଲିସ ଉକ୍ତ ଅଞ୍ଚଳର ଏକ ଜେରକ୍ସ ଦୋକନୀ ମାଲିକ ଓ ୩ଜଣ ଅଭିଭାବକଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ଏକ ମେସିନ୍, ଏକ ଲାପଟପ୍ ଓ ୩ଟି ମୋବାଇଲ୍ ଫୋନ୍ ମଧ୍ୟ ଜବତ କରିଛି ।

ଉଲ୍ଲେଖଯୋଗ୍ୟ, ବଲାଙ୍ଗିର ଓ ଗଞ୍ଜାମ ଜିଲ୍ଲାରେ ଏହି ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଜଣାପଡିଛି । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଏହି ପରୀକ୍ଷା ଆରମ୍ଭ ହେବାର ପ୍ରାୟ ୧୫ ମିନିଟ୍ ପରେ ଜିଲ୍ଲାର ବନ୍ଧୁଗାଁ ନିକଟସ୍ଥ ସରକାରୀ ହାଇସ୍କୁଲ ଅଞ୍ଚଳରେ ସାହିତ୍ୟ(ମାତୃଭାଷା) ବିଷୟର ପ୍ରଶ୍ନପତ୍ର ମୋବାଇଲରୁ ମୋବାଇଲକୁ ଭାଇରାଲ ହୋଇଥିଲା ।

ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କ ଦ୍ୱାରା ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା । ପରେ ଏହି ମାମଲାକୁ ଆଧାର କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

ଅନ୍ୟପକ୍ଷରେ ପୋଲିସ ଏହି ଘଟଣାର ତଦନ୍ତ କରି ଉକ୍ତ ଦୋକାନୀ ମାଲିକ ୩ଜଣ ଅଭିଭାବକଙ୍କୁ ଗିରଫ କରିଛି । ଏହାବ୍ୟତିତ ଗିରଫ ବ୍ୟକ୍ତିମାନଙ୍କୁ ପଚରାଉଚରା ପରେ କୋର୍ଟକୁ ପଠାଇଦିଆଯିବ ବୋଲି ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.