Latest Odisha News

BREAKING NEWS

ଭିମସାରରେ ମୁଖ୍ୟମନ୍ତ୍ରୀ ଭେଟିଲେ ଆହତ ଯବାନଙ୍କୁ

ସମ୍ବଲପୁର : ଝାରସୁଗୁଡା ସଡକ ଦୁର୍ଘଟଣାରେ ଆହତ ହୋଇଥିବା ଓଡିଶା ରାଜ୍ୟ ସଶସ୍ତ୍ର ପୋଲିସ ବାହିନୀ (ଓଏସଏପି) ଯବାନମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ବୁର୍ଲାସ୍ଥିତ ଭିମସାର୍ ମେଡିକାଲରେ ଭେଟିଛନ୍ତି ।

ମିଳିଥିବା ସୂଚନାନୁଯାୟୀ ମୁଖ୍ୟମନ୍ତ୍ରୀ ଦ୍ୱିପ୍ରହର ସମୟରେ ଜମଦାପଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିଲେ ଏବଂ ସେଠାରୁ ଏକ ହେଲିକପ୍ଟର ଯୋଗେ ଏମସିଏଲ ହେଲିପ୍ୟାଡ୍ ଅଭିମୁଖେ ଗସ୍ତ କରିଥିଲେ । ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ସଡକ ମାର୍ଗରେ ବୁର୍ଲା ହସ୍ପିଟାଲକୁ ଯାଇଥିଲେ ।

ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ ନବୀନ ଆହତ ମାନଙ୍କ ସ୍ୱାସ୍ଥ୍ୟବସ୍ଥା ତଦାରଖ କରିବା ସହ ସେମାନଙ୍କ ଦ୍ରୁତ ଆରୋଗ୍ୟ କାମନା କରିଥିଲେ । ଆହୁରି ମଧ୍ୟ ହସ୍ପିଟାଲରେ ପାଖାପାଖି ୩୦ ମିନିଟ୍ ରହଣୀ ମଧ୍ୟରେ ସେ ଆହତ ମାନଙ୍କୁ ସମସ୍ତ ପ୍ରକାର ଚିକିତ୍ସା ମଗଣାରେ ଉପଲବ୍ଧ କରାଇବା ପାଇଁ ମେଡିକାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଅଧିକ ପଢନ୍ତୁ:- ଝାରସୁଗୁଡ଼ା: ସଡକ ଦୁର୍ଘଟଣାରେ ୨ ଓଏସଏପି ଯବାନ ମୃତ, ୨୯ରୁ ଅଧିକ ଆହତ

ଅନ୍ୟପକ୍ଷରେ ମେଡିକାଲରେ ଚିକିତ୍ସିତ ହେଉଥିବା ୧୩ ଜଣ ପୋଲିସ କର୍ମୀଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ନେଇ ସୂଚନା ମିଳିଛି ।

 

Leave A Reply

Your email address will not be published.