Latest Odisha News

ନନ୍ଦନକାନନରେ ଅସୁସ୍ଥ ମାଈ ଜଳହସ୍ତୀର ମୃତ୍ୟୁ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନିକଟରେ ୪ଟି ହାତୀଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ଚିଡ଼ିଆଖାନାରେ ଥିବା ଏକ ଜଳହସ୍ତୀର ମୃତ୍ୟୁ ଘଟିଛି । ପ୍ରାଣୀ ଉଦ୍ୟାନରେ ଥିବା ଏହି ଜଳହସ୍ତୀଟି ଗତ କିଛି ଦିନ ହେଲା ଅସୁସ୍ଥ ରହିଥିଲା ବୋଲି ନନ୍ଦନକାନନ କର୍ତ୍ତୃପକ୍ଷଙ୍କଠାରୁ ସୂଚନା ମିଳିଛି ।

ଏହି ଅସୁସ୍ଥ ଜଳହସ୍ତୀଟିର ଚିକିତ୍ସା ଚାଲିଥିଲା ବେଳେ ଗୁରୁବାର ଦିନ ଏହାର ମୃତ୍ୟୁ ଘଟିଛି ।

ନନ୍ଦନକାନନରେ ହାତୀଙ୍କ ମୃତ୍ୟୁ ଭାଇରସ ଆକ୍ରାନ୍ତ ଯୋଗୁଁ ହୋଇଥିବା ବେଳେ ଏବେ ଏହି ଜଳହସ୍ତୀଟିର ମୃତ୍ୟୁ ସମ୍ପର୍କରେ କିଛି ଜଣାପଡ଼ିନାହିଁ ।

Comments are closed.