Latest Odisha News

ହଗ୍ ଡେ: ସଂପର୍କକୁ ମଜବୁତ କରେ ‘ହଗ୍’

ଭୁବନେଶ୍ଵର: ଚାଲିଛି ପ୍ରେମ ସପ୍ତାହ । ପ୍ରେମ ଏମିତି ଏକ ଭାବନା, ଯାହା ସବୁବେଳେ ସଙ୍ଗୀତର ରାଗ ଭଳି ମନ ମଧ୍ୟରେ ପ୍ରଭାବିତ ହୋଇଥାଏ । ଭାଲେଣ୍ଟାଇନ୍ସ ଡେ କୁ ଆଉ ମାତ୍ର ୨ ଦିନ ରହିଛି । ଭାଲେଣ୍ଟାଇନ୍ ସପ୍ତାହର ଷଷ୍ଠ ଦିବସକୁ ହଗ୍-ଡେ ଭାବରେ ପାଳନ କରାଯାଇଥାଏ । ଏହି ଦିନ ସବୁ ପ୍ରେମୀ ଯୁଗଳ ନିଜର ଜୀବନ ସାଥୀଙ୍କୁ ଆଲିଙ୍ଗନ କରିଥାନ୍ତି । ଭାଲେଣ୍ଟାଇନ୍‌ ଓ୍ଵିକର ଏହି ଦିନ ସମସ୍ତଙ୍କ ପାଇଁ ଖୁବ୍‌ ଖାସ୍‌ ହୋଇଥାଏ । ଏହି ଦିନ ନିଜର କିଛି ଖାସ୍‌ ଲୋକଙ୍କୁ ଆଲିଙ୍ଗନ କରିବା ଦ୍ୱାରା ଭଲପାଇବା ଏବଂ ବିଶ୍ୱାସ ଆହୁରି ଗଭୀର ହୋଇଥାଏ । ଆଲିଙ୍ଗନ ହେଉଛି ଦୁଇଟି ଆତ୍ମା ମଧ୍ୟରେ ଥିବା ଭୌତିକ ସମ୍ପର୍କର ଶୁଦ୍ଧତନ ରୂପ । ପ୍ରେମ ଓ ଭଲ ପାଇବାର ଏକାନ୍ତ ଆତ୍ମିୟ ମିଳନ । ଆଲିଙ୍ଗନ ସମର୍ପଣର ଭାବନାକୁ ବୁଝାଏ ।

ଆଲିଙ୍ଗନ ସମୟରେ ଶରୀରରୁ ଅକ୍ସିଟୋସିନ ନାମକ ଏକ ହରମୋନ କ୍ଷରଣ ହୋଇଥାଏ । ଏହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । କିଛି ରିସର୍ଚରୁ ଜଣାପଡିଛି ଯେ ହଗ୍ କରିବା ଦ୍ବାରା ଷ୍ଟ୍ରେସ୍ କମିବା ସହ ମାନସିକ ଶାନ୍ତି ମିଳିଥାଏ । ଏଥିସହ ନିଜ ସାଥୀଙ୍କ ପ୍ରତି ଭଲପାଇବା, ବିଶ୍ୱାସ ଆହୁରି ବଢିଥାଏ ।

ହଗ୍‌ ବା ଆଲିଙ୍ଗନର ଅର୍ଥ ସୁରକ୍ଷା, ଆଶ୍ୱାସନା ଓ ସ୍ନେହ ଶ୍ରଦ୍ଧାର ପ୍ରତୀକ ଏବଂ ଜଣେ ଜଣଙ୍କ ପାଇଁ କେତେ ମହତ୍ତ୍ୱପୂର୍ଣ୍ଣ ଏହା ଦର୍ଶାଇଥାଏ । ବିନା ଶବ୍ଦରେ ହୃଦୟର ସ୍ନେହ ଓ ଭଲ ପାଇବା ବାଣ୍ଟିବାର ଏକ ସରଳ ଓ ସହଜ ମାଧ୍ୟମ ହେଉଛି ହଗ୍‌ ବା ଆଲିଙ୍ଗନ । ଦାମ୍ପତ୍ୟ ଜିବନରେ ଆଲିଙ୍ଗନର ବିଶେଷ ମହତ୍ବ ରହିଛି । ଆଲିଙ୍ଗନ ଦ୍ବାରା ଦାମ୍ପତ୍ୟ ସମ୍ପର୍କର ସମସ୍ତ ଦ୍ବିଧାକୁ ନିମିଷକେ ଦୂର କରିଥାଏ ।

କେବଳ ପ୍ରେମିକ କିମ୍ବା ପ୍ରେମିକା ନୁହନ୍ତି ଆପଣାର ଲୋକଙ୍କୁ ଆଲିଙ୍ଗନ କଲେ ମନକୁ ଶାନ୍ତି ମିଳିଥାଏ ବୋଲି ମଧ୍ୟ କୁହାଯାଏ। କୌଣସି ସମ୍ପର୍କରେ ଯଦି ମନାନ୍ତର ବା ମତାନ୍ତର ଘଟିଥାଏ ତେବେ ଏଭଳି ସ୍ଥିତିରେ ପରସ୍ପରକୁ ଆଲିଙ୍ଗନ କଲେ ପୁଣି ଥରେ ସମ୍ପର୍କରେ ଭଲ ପାଇବା ଆସିଥାଏ ଓ ଝଗଡ଼ାକୁ ମଧ୍ୟ ଶେଷ କରିଥାଏ ବୋଲି ବିଶ୍ୱାସ ରହିଛି ।

 

Comments are closed.