Latest Odisha News

BREAKING NEWS

ଚୋରା ଚାଲାଣ ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ଗିରଫ

ଭୁବନେଶ୍ୱର: ବାଲିଅନ୍ତା ଥାନା ପୋଲିସକୁ ବଡ଼ ସଫଳତା। ଚୋରା ଚାଲାଣ ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ କରି ତିନି ଜଣଙ୍କୁ ଗିରଫ କଲା ପୋଲିସ। ସୂଚନା ଅନୁସାରେ ବାଲିଅନ୍ତା ଥାନାର ଏକ ସ୍ପେଶାଲ ଟିମ ନିଜ ପରିସର ଅଞ୍ଚଳରେ ପାଟ୍ରୋଲଙ୍ଗ କରୁଥିବା ସମୟରେ ଏକ ପାସେଞ୍ଜର ଅଟୋ ଏବଂ ଏକ ମୋଟରସାଇକେଲ ଜରିଆରେ ନୂଆଗାଁ ପଟରୁ ବେଆଇନ ଗଞ୍ଜେଇ ନେଇ ଭୁବନେଶ୍ଵର ସହରକୁ ଆସୁଥିବା ନେଇ ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇଥିଲା।

ମିଳିଥିବା ସୂଚନାକୁ ଆଧାର କରି ପାଟ୍ରୋଲିଙ୍ଗ ଟିମ ପାଟଣା, କଣ୍ଡରାବନ୍ଧରେ ଅତର୍କିତ ଚଢଉ କରି ସମ୍ପୃକ୍ତ ଅଟୋ ଏବଂ ମୋଟରସାଇକେଲକୁ ଅଟକ ରଖିଥିଲା। ଛାନଭିନ ସମୟରେ ପୋଲିସ ଅଭିଯୁକ୍ତମାନଙ୍କ ହେପାଜତରୁ ୯.୬୩୦କିଲୋଗ୍ରାମ ଓଜନର ଗଞ୍ଜେଇ, ଏକ ଅଟୋ, ଏକ ମୋଟରସାଇକେଲ, ଏକ ମୋବାଇଲ ଫୋନ ଏବଂ ୫୦୦ ଟଙ୍କା ଜବତ କରିଥିଲା। ପଚରାଉଚରା ବେଳେ ଅଭିଯୁକ୍ତମାନେ ନିଜ ଅପରାଧ ସ୍ଵୀକାର କରିଥଲେ। ଉକ୍ତ ଘଟଣାକୁ କେନ୍ଦ୍ର କରି ବାଲିଅନ୍ତା ଥାନା ପୋଲିସ ଏକ ବେଆଇନ ଗଞ୍ଜେଇ ବିକ୍ରି ମାମଲା ରୁଜୁ କରିବା ସହିତ ତିନି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ନିମ୍ନୋକ୍ତ ଅଭିଯୁକ୍ତଙ୍କ ମଧ୍ୟରୁ ଅଭିଯୁକ୍ତ କାବୁଲି ଓରଫ ପ୍ରସନ୍ନ ରାଉତରାୟଙ୍କ ପୂର୍ବ ଅପରାଧିକ ସମ୍ପୃକ୍ତି ଯାଞ୍ଚ ବେଳେ, ତାଙ୍କ ନାମରେ ଲକ୍ଷ୍ମୀସାଗର ଥାନା ଏବଂ ମଞ୍ଚେଶ୍ଵର ଥାନାରେ ୨ଟି ମାମଲା ରହିଥିବା ବେଳେ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି। ଅନ୍ୟପଟେ “ସେଫସିଟି ଡ୍ରାଇଭ” ଅଧୀନରେ ସହରକୁ ନିଶାମୁକ୍ତ କରିବା ପାଇଁ ଜନସାଧାରଣମାନେ ନିଶା କାରବାର ଜନିତ ସୂଚନା ପ୍ରଦାନ କରିବା ନିମନ୍ତେ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ତରଫରୁ ଏକ ହ୍ଵାଟସ୍ଆପ ନମ୍ବର- ୭୦୭୭୭୯୮୧୧୧ ଜାରି କରାଯାଇଛି।

Leave A Reply

Your email address will not be published.