Latest Odisha News

ଶାହରୁଖଙ୍କ ଘର ସାମ୍ନାରୁ ଚୋରି ହୋଇଥିଲା ୩୦ ମୋବାଇଲ, ଜବତ ହେଲା ୯ ମୋବାଇଲ୍

ମୁମ୍ବାଇ: ଗତ ୨ ତାରିଖରେ ଶାହରୁଖ ଖାନଙ୍କ ଜନ୍ମଦିନ ଅବସରରେ ତାଙ୍କ ଘର ‘ମନ୍ନତ’ ବାହାରେ ପ୍ରଶଂସକଙ୍କ ଭିଡ ଜମିଥିଲା । ଏହି ଭିଡ଼ ମଧ୍ୟରେ କିଙ୍ଗ୍ ଖାନ୍‌ଙ୍କ ପ୍ରଶଂସକମାନଙ୍କ ମଧ୍ୟରୁ ୩୦ ଜଣଙ୍କ ଫୋନ୍ ଚୋରି ହୋଇଥିଲା । ଏନେଇ ଥାନାରେ ଅଭିଯୋଗ ହୋଇଥିଲା । ଏହି ମାମଲାରେ ବାନ୍ଦ୍ରା ପୋଲିସ ତିନି ଜଣଙ୍କୁ ଗିରଫ କରିଛି ।

ଘଟଣାସ୍ଥଳ ତଥା ଏହାର ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜରୁ ସୂଚନା ସଂଗ୍ରହ ପରେ ପୋଲିସ ତିନି ଅଭିଯୁକ୍ତଙ୍କ ନିକଟରୁ ୯ଟି ମୋବାଇଲ୍ ଫୋନ୍ ଜବତ କରିଛି । ବାନ୍ଦ୍ରା ପୋଲିସ ଅଭିଯୁକ୍ତ ଶୁଭମ୍‌, ମହମ୍ମଦ ଅଲୀ ଏବଂ ଇମ୍ରାନଙ୍କୁ ଗିରଫ କରିଥିଲା । ପ୍ରତିବର୍ଷ ଶାହାରୁଖ ଖାନଙ୍କ ଜନ୍ମଦିନ ଅବସରରେ ପ୍ରଶଂସକମାନେ ତାଙ୍କ ଘର ସାମ୍ନାରେ ଏକାଠି ହୋଇ କିଙ୍ଗ୍ ଖାନ୍‌ଙ୍କୁ ଶୁଭେଚ୍ଛା ଜଣାଇଥାନ୍ତି । କେହି କେହି ନାଚନ୍ତି ଏବଂ କେହି କେହି ସେମାନଙ୍କୁ ଭିନ୍ନ ଅନ୍ଦାଜରେ ଅଭିନନ୍ଦନ ଜଣାନ୍ତି । ଅଭିନେତା ମଧ୍ୟ ତାଙ୍କ ଘରର ବାଲକୋନିକୁ ଆସି ସମସ୍ତଙ୍କୁ ଭେଟନ୍ତି । ହାତ ହଲାଇ ସେମାନଙ୍କୁ ଅଭିବାଦନ ଜଣାନ୍ତି ।

ତେବେ ଏଇ ନଭେମ୍ବର ୨ରେ ଏତେ ସଂଖ୍ୟକ ପ୍ରଶଂସକ ଶାହରୁଖଙ୍କୁ ଦେଖିବାକୁ ଆସିଥିଲେ ଯେ ଅଭିନେତା ଦିନକୁ ତିନିଥର ଆସି ପ୍ରଶଂସକମାନଙ୍କୁ ନିଜର କୃତଜ୍ଞତା ଜଣାଇ ଯାଇଥିଲେ । ଏହାପରେ ଖବର ଆସିଥିଲା ??ଯେ ଏହି ସମୟ ମଧ୍ୟରେ ୩୦ ଜଣଙ୍କ ଫୋନ୍ ଚୋରି ହୋଇଥିଲା । ଅଭିଯୁକ୍ତମାନେ ପୁଲିସ୍‌? ଷ୍ଟେସନରେ ଫୋନ୍ ଚୋରି ଅଭିଯୋଗ କରିଥିଲେ । ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ସେଠାରେ ଥିବା ୧୭ ଜଣ ଫୋନ୍‌? ଚୋରି ଅଭିଯୋଗ ଆଣିଥିଲେ ।

Leave A Reply

Your email address will not be published.