Latest Odisha News

BREAKING NEWS

କଟକ: ବିପୁଳ ପରିମାଣର ଗଞ୍ଜେଇ ଜବତ, ୨ ଗିରଫ

କଟକ : କଟକ ଜିଲ୍ଲାର ମଙ୍ଗୁଳି ଛକ ନିକଟରେ ଗୁରୁବାର ଦିନ ଅବକାରୀ ବିଭାଗ ପ୍ରାୟ ୧୨୦ କିଲୋଗ୍ରାମର ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି ।

ମିଳିଥିବା ସୂଚନାନୁଯାୟୀ ଚେକ୍ ଗେଟରେ ଅବକାରୀ ବିଭାଗ ପକ୍ଷରୁ ଚେକିଂ ଚାଲୁଥିବା ସମୟରେ ଏହି ବେଆଇନ୍ ପଣ୍ୟଦ୍ରବ୍ୟ ଗୁଡିକୁ ଏକ କାର୍ ମଧ୍ୟରୁ ଜବତ କରାଯାଇଥିଲା । ଏହି ଘଟଣାରେ ସେମାନେ ୨ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି ।

ଆହୁରି ମଧ୍ୟ ଏହି ଗଞ୍ଜେଇ ଗୁଡିକ ଫୁଲବାଣୀରୁ ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରାଯାଉଥବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

Leave A Reply

Your email address will not be published.