Latest Odisha News

BREAKING NEWS

ବିଜେପିକୁ ଫେରିଲେ ବରିଷ୍ଠ ନେତା ବିଜୟ ମହାପାତ୍ର

ଭୁବନେଶ୍ୱର : ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବରିଷ୍ଠ ନେତା ବିଜୟ ମହାପାତ୍ର ବିଜେପିରେ ସାମିଲ ହେବା ନେଇ ଗୁରୁବାର ଦିନ ଘୋଷଣା କରିଛନ୍ତି ।

ଦୀର୍ଘ ୪ମାସର ବ୍ୟବଧାନ ପରେ ସେ ପୁଣିଥରେ ଭାରତୀୟ ଜନତା ପାର୍ଟି (ବିଜେପି)କୁ ଫେରୁଛନ୍ତି । ଏହାକୁ ଶ୍ରୀଯୁକ୍ତ ମହାପାତ୍ରଙ୍କ ଘରବାହୁଡା କହିଲେ ଏକପ୍ରକାର ଅତ୍ୟୁକ୍ତି ହେବ ନାହିଁ ।

ତାଙ୍କ ବାସଭବନରେ ଆୟୋଜିତ ଏକ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ବିଜୟ ମହାପାତ୍ର କହିଛନ୍ତି, ଦଳର ରାଷ୍ଟ୍ରିୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ଓଡିଶା ପ୍ରଭାରୀ ଅରୁଣ ସିଂହଙ୍କ ସହ ଆଲୋଚନା କରିଛନ୍ତି । ଏହାବ୍ୟତିତ ସେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓ ଅନ୍ୟ କେନ୍ଦ୍ରମନ୍ତ୍ରୀଙ୍କ ସହ ଏସମ୍ପର୍କରେ ଫୋନେ ଯୋଗେ ମଧ୍ୟ ବାର୍ତ୍ତାଳାପ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ “ଏବେ ଚାରିଆଡେ ନିର୍ବାଚନୀ ମାହୋଲ ରହିଛି, ତେଣୁ ଆମେ ରାଜ୍ୟବ୍ୟାପୀ ଏକ ଅଭିଯାନ ଆରମ୍ଭ କରିବା ସହ ଓଡିଶାରେ ସରକାର ପରିବର୍ତ୍ତନ କରିବା ଲାଗି ଏକଜୁଟ ହେବା ପାଇଁ ନିଷ୍ପତ୍ତି ନେଇଛୁ” ।

ଚଳିତ ନିର୍ବାଚନ ଲଢିବା ନେଇ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଏସମ୍ପର୍କରେ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ଯାହା ନିଷ୍ପତ୍ତି ନେବ ।

Leave A Reply

Your email address will not be published.