Latest Odisha News

ବାରବାଟୀରେ ଟିକେଟ ପାଇଁ ଅସମ୍ଭାଳ ଭିଡ଼, ବେହୋସ ହେଲେ ଯୁବକ

କଟକ: ଆସନ୍ତା ୯ ତାରିଖରେ ବାରବାଟୀରେ ଦିନିକିଆ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହେବ । ଏନେଇ ଟିକେଟ କିଣିବା ପାଇଁ କାଉଣ୍ଟର ବାହାରେ କ୍ରିକେଟ୍‌ ପ୍ରେମୀଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ପ୍ରବଳ ଠେଲାପେଲା କାରଣରୁ କିଛି ଲୋକ ଅସୁସ୍ଥ ହୋଇପଡିଥିବାବେଳେ ଜଣେ ଯୁବକ ବେହୋସ ହୋଇପଡିଥିବା ଖବର ସାମ୍ନାକୁ ଆସିଛି ।

ସୂଚନାଯୋଗ୍ୟ, ଭାରତ-ଇଂଲଣ୍ଡ ମ୍ୟାଚ୍ ପାଇଁ ଆଜିଠାରୁ ଅଫଲାଇନ ଟିକେଟ ବିକ୍ରି ହେଉଛି । ସାଧାରଣ ଦର୍ଶକଙ୍କ ପାଇଁ ବିକ୍ରି ହେବ ୧୦ ହଜାରରୁ ଉର୍ଦ୍ଧ୍ବ ଟିକେଟ୍ । ଚଳିତବର୍ଷ ମହିଳାଙ୍କ ପାଇଁ ସ୍ବତନ୍ତ୍ର କାଉଣ୍ଟର ହୋଇଥିବା ବେଳେ ମୋଟ୍ ଚାରୋଟି କାଉଣ୍ଟରରେ ମିଳୁଛି ଟିକେଟ୍ । ସକାଳ ୯ଟାରୁ ଟିକେଟ୍ କାଉଣ୍ଟର ଖୋଲୁଥିବାବେଳେ, ଏନେଇ ଗତ ରାତିରୁ ଟିକେଟ୍ କାଉଣ୍ଟର ପାଖରେ ଲମ୍ବା ଲାଇନ ଲାଗିଥିଲା ।

ଦୀର୍ଘ ସମୟ ଧରି ଧାଡିରେ ଠିଆ ହେବା ପରେ ମଧ୍ୟ ଲୋକଙ୍କୁ ଟିକେଟ୍ ମିଳିନି । ଫଳରେ ପ୍ରଭଳ ଭିଡ କାରଣରୁ ଠେଲାପେଲା ହୋଇଛି । ଏଥିରେ ବହୁ ଲୋକ ଅସୁସ୍ଥ ସହ ବେହୋସ ହୋଇପଡିଛନ୍ତି । ଏହା ସହ ପୋଲିସ ନିଜେ ଟିକେଟ୍ କଳାବଜାରୀ କରୁଥିବା ମଧ୍ୟ ସଙ୍ଗୀନ ଅଭିଯୋଗ ଆସିଛି ।

Comments are closed.