Latest Odisha News

ଇନ୍ଦୋରରେ ପୂଜା ପାଇବ ବିଶାଳ ଗଦା: ଯାହାର ଓଜନ ୭୦୦ କେଜି,ଲମ୍ବା ୨୨ ଫୁଟ

ଇନ୍ଦୋର: ଇନ୍ଦୋରର ପ୍ରସିଦ୍ଧ ଖେଦପତି ହନୁମାନ ମନ୍ଦିର ଖୁବ୍ ଚର୍ଚ୍ଚାରେ । କାରଣ ଏଠାରେ ସ୍ଥାପିତ ହେବାକୁ ଯାଉଛି ୭୦୦ କିଲୋଗ୍ରାମ ଓଜନ ଏବଂ ୨୨ ଫୁଟ ଲମ୍ବର ଏକ ବିଶାଳ ଗଦା,ଯାହା ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଏତେ ବଡ଼ ଗଦାକୁ ଦେଖିବାକୁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମୁଛି ।

ଇନ୍ଦୋରଠାରୁ ୫୦ କିମି ଦୂର କାଟକୋଟ ଗ୍ରାମରେ ରହିଛି ପ୍ରସିଦ୍ଧ ଖେଦପତି ହନୁମାନ ମନ୍ଦିର । ଏହି ମନ୍ଦିର ୩୫୦ ବର୍ଷ ପୁରୁଣା । ଯାହାକୁ ଲୋକେ ବହୁତ ବିଶ୍ୱାସ କରନ୍ତି । ଏଠାରେ ୭୦୦ କିଲୋଗ୍ରାମ ଓଜନ ଓ ୨୨ ଫୁଟ ଲମ୍ବର ଏକ ବିଶାଳ ଗଦା ପ୍ରତିଷ୍ଠା କରାଯିବ । ଏହାକୁ ମେସ୍କୁ ୟୁପିର ହାଥ୍ରାସରୁ ଅଣାଯାଇଛି । ଏହି ଗଦାକୁ ୧୫ ଜଣ କାରିଗର ପ୍ରସ୍ତୁତ କରିଛନ୍ତି । ଏହି ବିଶାଳ ଗଦାକୁ୍ ହାତରେ ତିଆରି କରାଯାଇଛି ବୋଲି କାରିଗର ପ୍ରବୀଣ ବର୍ମା କହିଛନ୍ତି । ଏହାକୁ ରୀତିନୀତି ଅନୁସାରେ ପ୍ରତିଷ୍ଠା କରାଯିବ । ଏହି ଅବସରରେ ମନ୍ଦିରରେ ପାଞ୍ଚ ଦିନ ଧରି ହନୁମାନ ଚାଳିଶା, ସୁନ୍ଦରାକାଣ୍ଡ, ରାମନାମ ଆଦି ଧାର୍ମିକ ରୀତିନୀତି ଆୟୋଜିତ ହେବ । ଏହାକୁ ଆସନ୍ତା ୩ ତାରିଖରେ ପ୍ରତିଷ୍ଠା କରାଯିବ ।

ଆୟୋଜକ କମିଟିର ପ୍ରହ୍ଲାଦ ଛତିଆଙ୍କ ଅନୁଯାୟୀ, ମନ୍ଦିର ବିଷୟରେ ଏକ କିମ୍ବଦନ୍ତୀ ଅଛି ଯେ, ଯେତେବେଳେ ଲଙ୍କା ଜୟ କରିବା ପୂର୍ବରୁ ଭଗବାନ ରାମଙ୍କୁ ଭଗବାନ ଶିବଙ୍କୁ ପୂଜା କରିବାକୁ ପଡୁଥିଲା । ସେତେବେଳେ ସେ ହନୁମାନଙ୍କୁ ନର୍ମଦାସ୍ଥିତ ଶିବଲିଙ୍ଗ ଆଣିବାକୁ ପଠାଇଥିଲେ । ବାଟରେ ହନୁମାନ ଗୋଟିଏ ସ୍ଥାନରେ ରାମଙ୍କ ନାମରେ ଆୟୋଜିତ ସତସଙ୍ଗ ସାମିଲ ହୋଇଥିଲେ । ଏହି ସମୟରେ ହନୁମାନ ହାତରେ ଏକ ଶିବଲିଙ୍ଗ ଧରିଥିଲେ । ଆଜି ସେହିସ୍ଥାନରେ ଖେଦପତି ହନୁମାନଙ୍କ ମନ୍ଦିର ଅଛି ।

Leave A Reply

Your email address will not be published.