Latest Odisha News

BREAKING NEWS

ରାମ ମନ୍ଦିରରେ ପୂଜାର୍ଚ୍ଚନା କଲେ କ୍ରିତି ସାନନ୍‌, ଏହା ଲୋକ ଦେଖାଣିଆ କହିଲେ ପ୍ରଶଂସକ

ମୁମ୍ବାଇ: ଆଗକୁ ଆସୁଛି ଅଭିନେତା ପ୍ରଭାସ ଏବଂ ଅଭିନେତ୍ରୀ କ୍ରିତି ସାନନ୍‌ଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ । ଶନିବାର ଏହି ଫିଲ୍ମର ପୋଷ୍ଟର ଓ ଅଡ଼ିଓ ଟିଜର ରିଲିଜ୍ ହୋଇଯାଇଛି । ଏହି ଫିଲ୍ମକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏଥିରେ ଅଭିନେତ୍ରୀ କ୍ରିତି ସାନନ ସୀତା ମା ଭୂମିକାରେ ନଜର ଆସିଛନ୍ତି । ଏହି ଖୁସିରେ ପୁଣେର ତୁଲ୍‌ସୀ ବାଗରେ ଥିବା ପ୍ରସିଦ୍ଧ ରାମ ମନ୍ଦିର ପରିଦର୍ଶନ କରିଛନ୍ତି କ୍ରିତି । ସୀତା ନବମୀ ଅବସରରେ ସେ ଏହି ମନ୍ଦିରରେ ଶ୍ରୀରାମ ଓ ମା ସୀତାଙ୍କ ପୂଜାର୍ଚ୍ଚନା କରି ଆଶୀର୍ବାଦ ଲୋଡ଼ିଛନ୍ତି । କ୍ରିତିଙ୍କ ଏହି ଫଟୋ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ଫଟୋରେ ଦେଖିବାକୁ ମିଳିଛି ଯେ, କ୍ରିତି ରାମମନ୍ଦିର ପରିସରରେ ପୂଜା କରୁଥିବା ନଜର ଆସିଛନ୍ତି । ସେ ତାଙ୍କ ମୁଣ୍ଡରେ ଚୁନି ଦେଇ ପୂଜାର୍ଚ୍ଚନା କରୁଛନ୍ତି । ଏହି ଫଟୋକୁ ଦେଖି କିଛି ପ୍ରଶଂସକ ତାଙ୍କୁ ଟ୍ରୋଲ କରୁଥିବା ଦେଖାଯାଉଛି । ଜଣେ ପ୍ରଶଂସକ ଲେଖିଛନ୍ତି, ‘ପୂର୍ବରୁ କେବେ ଏମିତି ପୂଜାର୍ଚ୍ଚନା କରୁଥିବା ଦେଖି ନ ଥିଲୁ, ଏବେ ଫିଲ୍ମର ପ୍ରମୋସନ ପାଇଁ ଏପରି କରିବାକୁ ପଡ଼ିବ । ସେହିପରି ଆଉ ଜଣେ ପ୍ରଶଂସକ ଲେଖିଛନ୍ତି, ଆପଣ ଏହା ପୂର୍ବରୁ କେବେ ମନ୍ଦିର ଯାଇଛନ୍ତି ନା ଏହା କେବଳ ଲୋକ ଦେଖାଣିଆ?

ଓମ୍ ରାଉତଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆଦିପୁରୁଷ’ ଜୁନ୍ ୧୬ ତାରିଖରେ ମୁକ୍ତିଲାଭ କରିବ । ଏଥିରେ ଅଭିନେତା ପ୍ରଭାସ ପ୍ରଭୁ ଶ୍ରୀ ରାମଙ୍କ ଭୂମିକାରେ ଅଭିନୟ କରିଥିବା ବେଳେ ଲକ୍ଷ୍ମଣ ଭୂମିକାରେ ସନି ସିଂ ନଜର ଆସିବେ । ସେହିପରି ଅଭିନେତା ସୈଫ ଅଲ୍ଲି ଖାନ ରାବଣ ଭୂମିକାରେ ଅଭିନୟ କରିଛନ୍ତି ।

Leave A Reply

Your email address will not be published.