Latest Odisha News

BREAKING NEWS

‘ଗତ ୨୪ ବର୍ଷରେ ବିଜେଡି ସରକାର ଯାହା କରିନି ଆସନ୍ତା ୫ ବର୍ଷରେ ବିଜେପି ତାହା କରିଦେଖାଇବ’

ଭୁବନେଶ୍ୱର: ଓଡିଶାରେ ବିଜେପିର ବିପୁଳ ବିଜୟ ପରେ ପ୍ରତିଦିନ ବିଜେପିର ସାଂଗଠନିକ ଶକ୍ତି ବୃଦ୍ଧି ପାଉଛି । ବିଜେପି ସରକାର ଉପରେ ଓଡିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇବାରେ ଲାଗିଛି । ଏନେଇ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ହିଞ୍ଜିଳିର ଶତାଧିକ ନିର୍ବାଚିତ ପ୍ରତିନିଧିମାନେ ଦଳରେ ଯୋଗ ଦେଇଛନ୍ତି ।

ଶ୍ରୀ ମନମୋହନ ସାମଲଙ୍କ ଉପସ୍ଥିତିରେ ହିଞ୍ଜିଳି ବିଜେପି ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିଶିର ମିଶ୍ରଙ୍କ ନେତୃତ୍ୱରେ ବିଜେଡିରୁ ବିଜେପିରେ ଯୋଗ ଦେଇଥିବା ରାମକୃଷ୍ଣ ମହାକୁଡଙ୍କ ସହଯୋଗରେ ଶତାଧିକ ବହୁ ବିଜେଡି ନେତା ଓ କର୍ମୀ ବିଜେଡି ଛାଡି ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି ।

ଦଳରେ ସାମିଲ ହୋଇଥିବା ସମସ୍ତ ସଦସ୍ୟଙ୍କୁ ରାଜ୍ୟ ସଭାପତି ମନମୋହନ ସାମଲ, ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ସାଂସଦ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ ପ୍ରମୁଖ ଦଳୀୟ ଉତରୀୟ ପିନ୍ଧାଇ ସ୍ୱାଗତ କରିଥିଲେ ।

ଆଜିର ଏହି ମିଶ୍ରଣ ପର୍ବରେ ଦଳର ସଂଗଠନକୁ ଆହୁରି ସୁଦୃଢ କରିବ । ଗତ ୨୪ ବର୍ଷରେ ବିଜେଡି ସରକାର ହିଞ୍ଜିଳିରେ ଯାହା କରିନି ଆଗାମୀ ୫ ବର୍ଷରେ ବିଜେପି ତାହା କରିଦେଖାଇବ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।

Comments are closed.