Latest Odisha News

BREAKING NEWS

ଗ୍ଲୋବାଲ୍ ୱାର୍ମିଂ ଯୋଗୁଁ ସଙ୍କୁଚିତ ହେଉଛି ମନୁଷ୍ୟ ମସ୍ତିଷ୍କ, ଆସିଲା ଅଧ୍ୟୟନ ରିପୋର୍ଟ

ଓଡିଶା ସମ୍ବାଦ ବ୍ୟୁରୋ: ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି ମାନବ ମସ୍ତିଷ୍କ। ଜଳବାୟୁର ପରିର୍ତ୍ତନ ଯୋଗୁଁ ମଣିଷଙ୍କ ମସ୍ତିଷ୍କ ଛୋଟ ହେବାରେ ଲାଗିଛି। ଏକ ଅଧ୍ୟୟନରୁ ଏହା ପ୍ରମାଣିତ ହୋଇଛି। ମାନବ ବିକାଶ ଜଳବାୟୁ ପରିସ୍ଥିତି ଉପରେ ନିର୍ଭର କରେ। ମାନବ ଶରୀରର ୫୦ ହଜାର ବର୍ଷ ପୁରୁଣା ରେକର୍ଡ ଅଛି, ଯାହା ଦର୍ଶାଏ ଯେ ମାନବର ମସ୍ତିଷ୍କ ପୂର୍ବ ଅପେକ୍ଷା ୧୦ ପ୍ରତିଶତ ହ୍ରାସ ପାଇଛି। କାଲିଫର୍ନିଆ ସ୍ଥିତ ପ୍ରାକୃତିକ ଇତିହାସ ସଂଗ୍ରହାଳୟର ବୈଜ୍ଞାନିକ ଜେଫ୍ ମୋର୍ଗାନ୍ ଷ୍ଟିବଲ୍ ଅଧ୍ୟୟନ କରିଛନ୍ତି ଯେ ମଣିଷ କିପରି ପରିବର୍ତ୍ତନଶୀଳ ଜଳବାୟୁକୁ ସହ୍ୟ କରେ।

ତାଙ୍କ ଷ୍ଟଡି ପେରର୍‌ରେ ସେ ଲେଖିଛନ୍ତି ଯେ ମନୁଷ୍ୟର ମସ୍ତିଷ୍କ ଜଳବାୟୁ ପରିବର୍ତ୍ତନର ପ୍ରଭାବ ବୁଝିବା ଏତେ ସହଜ ନୁହେଁ। ଦିନକୁ ଦିନ ମନୁଷ୍ୟର ମସ୍ତିଷ୍କ ସଙ୍କୁଚିତ ହୋଇ ଛୋଟ ହେବାରେ ଲଗାଛି। ଏହା ମାନବ ଜାତିର ଆଚରଣକୁ ମଧ୍ୟ ପ୍ରଭାବିତ କରୁଛି। ଏହି ଅଧ୍ୟୟନ ୨୯୮ ମଣିଷର ମସ୍ତିଷ୍କକୁ ନେଇ କରାଯାଇଛି। ପ୍ରାଚୀନ ମାନବଙ୍କର ଜୀବାଶ୍ମ ମସ୍ତିଷ୍କ, ଯାହା ୫୦ ହଜାର ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା। ଏହାକୁ ବର୍ଷା ଏବଂ ଉତ୍ତାପର ଆକଳନ ସହିତ ସଂଯୋଗ କରି ତୁଳନା କରାଯାଇଥିଲା। ଅର୍ଥାତ୍ ଗ୍ଲୋବାଲ୍ ୱାର୍ମିଂ ପରୋକ୍ଷ ଭାବେ ମନୁଷ୍ୟଙ୍କ ମସ୍ତିଷ୍କ ଉପରେ ପ୍ରଭାବ ପଡୁଛି।

ଏହି ଅଧ୍ୟୟନ ମସ୍ତିଷ୍କ, ଆଚରଣ ଏବଂ ବିବର୍ତ୍ତନ ପତ୍ରିକାରେ ପ୍ରକାଶିତ ହୋଇଛି। ଏହା ଜଣାପଡିଛି ଯେ ଶୀତଦିନେ ଜଳବାୟୁ ଉଷ୍ମ ଥିବାବେଳେ ମସ୍ତିଷ୍କର ହାରାହାରି ଆକାର କମିବା ଆରମ୍ଭ ହୁଏ। ଜେଫ୍ ମୋର୍ଗାନଙ୍କ ଅନୁଯାୟୀ ମାନବ ମସ୍ତିଷ୍କ ସମୟ ସମୟରେ ବଦଳୁଛି। ଜେଫ୍ କହିଛନ୍ତି ଯେ ବିଗତ କିଛି ନିୟୁତ ବର୍ଷ ମଧ୍ୟରେ ଅନେକ ପ୍ରଜାତିର ଜୀବଙ୍କର ମସ୍ତିଷ୍କ ବିକଶିତ ହୋଇଥିବାବେଳେ ମଣିଷମାନଙ୍କ କ୍ଷେତ୍ରରେ ଏହା ବିପରୀତ ହେଉଛି। ୨୯୮ ମାନବ ଖପୁରୀର ୩୭୩ ମାପ ପରୀକ୍ଷା କରାଯାଇଛି ଏବଂ ଭୌଗୋଳିକ ଅବସ୍ଥାର ପାଣିପାଗ ମଧ୍ୟ ସେମାନେ କେଉଁଠାରେ ପାଇଛନ୍ତି, ତାହା ପରୀକ୍ଷା କରାଯାଇଛି। ଏହାକୁ ବିଭିନ୍ନ ବର୍ଷର ବର୍ଗରେ ବିଭକ୍ତ କରି ଋତୁ ଅନୁଯାୟୀ ଗଣନା କରାଯାଇଥିଲା।

Leave A Reply

Your email address will not be published.