Latest Odisha News

ଅନୀଲ ଅମ୍ବାନୀଙ୍କ ପରେ ଇଡିରେ ହାଜର ହେଲେ ପତ୍ନୀ ଟିନା

ମୁମ୍ବାଇ:ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଅନିଲ ଧିରୁଭାଇ ଅମ୍ବାନୀ ଗ୍ରୁପ ଅଧ୍ୟକ୍ଷ ଅନୀଲ ଅମ୍ବାନୀଙ୍କ ପରେ ଆଜି ଇଡିରେ ହାଜର ହୋଇଛନ୍ତି ପତ୍ନୀ ଟିନା ଅମ୍ବାନୀ । ଗତକାଲି ଇଡିରେ ହାଜର ହୋଇଥିଲେ ଅନୀଲ ଅମ୍ବାନୀ । ବିଦେଶୀ ମୁଦ୍ରା ବିନିୟନ ନିୟମ ଉଲ୍ଲଘଂନ  ଅଭିଯୋଗରେ ଟିନା ଆଜି ଉଭୟେ ଇଡି କାର୍ଯ୍ୟାଳୟରେ ହାଜର ହୋଇଥିବା ଜଣାଯାଇଛି ।

ବିଦେଶୀ ମୁଦ୍ରା ବିନିୟନ ନିୟମ ଉଲ୍ଲଘଂନ  ଅଭିଯୋଗରେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ଇଡି ଜେରା କରିଥିଲେ ହେଁ ସେମାନଙ୍କର ସଂପୃକ୍ତି ନେଇ କୌଣସି ଖୁଲାସା କରିନି ଇଡି । ମିଳିଥିବା ଖବର ଅନୁଯାୟୀ, ଶିଳ୍ପପତି ଅନୀଲ ଅମ୍ବାନୀ ୨୦୦୭ ମସିହାରେ  ବିଦେଶରୁ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗ (ଏଫଡିଆଇ) ଆକାରରେ ପ୍ରାୟ ୨,୦୦୦ କୋଟି ଟଙ୍କା ଆଣିଥିଲେ । ହେଲେ ଏହି ଟଙ୍କାକୁ ସେ ୨୦୧୫ରେ ରିପେଡ ଭାବେ ବିଦେଶ ପଠାଇ ଦେଇଥିଲେ । ତେବେ ଏହି ଟଙ୍କାକୁ ନେଇ ଯାଞ୍ଚ କରୁଛି ଇଡି ।

ଗତବର୍ଷ ମଧ୍ୟ କଳା ଟଙ୍କା ବିରୋଧୀ ଆଇନରେ ଆୟକର ବିଭାଗ ପକ୍ଷରୁ ଅନୀଲ ଅମ୍ବାନୀଙ୍କ ପାଖକୁ ନୋଟିସ ଜାରି କରିଥିଲା ଇନକମ ଟାକ୍ସ । ଅନୀଲ ଅମ୍ବାନୀ ସୁଇଜ ବ୍ୟାଙ୍କରେ ୮୧୪ କୋଟି ଟଙ୍କା ରଖି୍‌ଥିବା ଆଇଟି ପକ୍ଷରୁ ଅଭିଯୋଗ ହୋଇଥିଲା । ସେ ଏତେ ଟଙ୍କା ବିଦେଶରେ ରଖି ୪୨୦ କୋଟି ଟଙ୍କାର ଇନକମ ଟାକ୍ସ ଫାଙ୍କିଥିବା  ଅଭିଯୋଗ ହୋଇଥିଲା ।

 

Leave A Reply

Your email address will not be published.