Latest Odisha News

BREAKING NEWS

ମଣିଷକୁ ହୋଇନି ବାର୍ଡ ଫ୍ଲୁ ସଂକ୍ରମଣ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ମଣିଷକୁ ହୋଇନି ବାର୍ଡ ଫ୍ଲୁ ସଂକ୍ରମଣ l ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ l ଗତକାଲି ଯେଉଁ ନମୁନା ପରୀକ୍ଷା ପାଇଁ ଯାଇଥିଲା ତାହା ନେଗେଟିଭ ଆସିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ l ତେବେ ସଂପୃକ୍ତ ବ୍ୟକ୍ତିଙ୍କୁ ଆଇସୋଲେସନରେ ରଖାଯାଇଛି l ସେପଟେ ସ୍ବାସ୍ଥ୍ୟ ବିଭାଗ ସଜାଗ ରହିବା ସହ ବ୍ୟାପକ ସଚେତନତା କରାଯାଉଛି l ତେବେ ବାର୍ଡ ଫ୍ଲୁକୁ ନେଇ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ l

ସୂଚନାଯୋଗ୍ୟ ଯେ, ଗତକାଲି ପୁରୀ ଜିଲ୍ଲା ମଙ୍ଗଳପୁର ସିଏଚସିରେ ଜଣେ ବାର୍ଡ ଫ୍ଲୁ ସନ୍ଦିଗ୍ଧ ଚିହ୍ନଟ ହୋଇଥିଲା l ସଂପୃକ୍ତ ବ୍ୟକ୍ତିଙ୍କ ନମୁନା ପୁନେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିକୁ ପଠାଯାଇଥିଲା । ରିପୋର୍ଟ ଆସିବା ପରେ ତାହା ନେଗେଟିଭ ଥିବା ସୂଚନା ମିଳିଛି l ତେବେ ସଂପୃକ୍ତ ବ୍ୟକ୍ତିଙ୍କ ଚିକିତ୍ସା କରାଯାଉଛି । ସେପଟେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପିପିଲି ଓ ସତ୍ୟବାଦୀରେ ସର୍ଭେଲାନ୍ସ ବଢାଯାଇଛି । ବାର୍ଡ ଫ୍ଲୁ ଭୂତାଣୁ ସଂକ୍ରମଣ ରୋକିବାକୁ ଉଭୟ ବ୍ଲକରେ ରାଜ୍ୟ ପ୍ରାଣୀ ସଂପଦ ବିଭାଗ ପକ୍ଷରୁ ପ୍ରୟାସ କରାଯାଉଛି ।

ଅନ୍ୟପଟେ ସନ୍ଦିଗ୍ଧ ଚିହ୍ନଟ ହେବା ପରେ ଏକ କିଲୋମିଟର ଭିତରେ ପ୍ରଥମ ଏବଂ ୧ରୁ ୧୦ କିଲୋମିଟର ଭିତରେ ଦ୍ବିତୀୟ ସ୍ତରରେ ସର୍ଭେଲାନ୍ସ କରାଯାଉଛି । ଘରକୁ ଘର ବୁଲି ବାର୍ଡ ଫ୍ଲୁ ନେଇ ସଚେତନ କରୁଛନ୍ତି ଆଶାକର୍ମୀ । ଆବଶ୍ୟକସ୍ଥଳେ ତାମି ଫ୍ଲୁ ଟାବଲେଟ୍ ଓ ଏନ୍ ୯୫ ମାସ୍କ ଦିଆଯାଉଛି। ପ୍ରାଣୀ ସଂପଦ ବିଭାଗ ସହ ସମନ୍ବୟ ରକ୍ଷା କରି ସ୍ବାସ୍ଥ୍ୟ ବିଭାଗ କାମ କରୁଥିବା ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ।

Comments are closed.