ଭୁବନେଶ୍ୱର : ଏବେ ବିବାଦରେ ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ସେ ଗାଇଥିବା ‘ଝିଅ ନୁହେଁ ତୁ କରୋନା’ ଓ ‘ପ୍ରେମ ତୋର କରୋନା ଚାଇନା ବୋମା’ ଗୀତକୁ ବିରୋଧ ହେବା ସହ ଥାନାରେ ମାମଲା ରୁଜୁ ହୋଇଛି । ଏ ନେଇ ବୁଧବାର ସୋସିଆଲ ମିଡିଆରେ ହ୍ୟୁମାନ କ୍ଷମା ପ୍ରାର୍ଥନା କରିଛନ୍ତି ।
ଓଡିଶାବାସୀଙ୍କୁ ହ୍ୟୁମାନ ସାଗର ଭଗବାନ ବୋଲି ସମ୍ବୋଧନ କରିଛନ୍ତି । ତେବେ ଏହି ଗୀତଟି ୨୦ ଦିନ ପୂର୍ବରୁ ରେକର୍ଡିଂ ହୋଇଥିଲା । ସେତେବେଳେ କରୋନା ଭାଇରସ୍ ସମ୍ପର୍କରେ ତାଙ୍କର କିଛି ଜ୍ଞାନ ନ ଥଲା । ଏହା କେତେ ମାରାତ୍ମକ ବୋଲି ଜାଣି ନ ଥିବା କହିଛନ୍ତି । ସେ ନାରୀ ଜାତିଙ୍କୁ ସମ୍ମାନ କରନ୍ତି ତେଣୁ ଏପରି ଗୀତ ଗାଇପାରିବେ ନାହିଁ ବୋଲି କହିଛନ୍ତି ।
କେବଳ ଏହି ଗୀତ ନୁହେଁ ଆଗରୁ ଅନେକ ବିବାଦୀୟ ଗୀତ ବାହାରିଛି । ଯାହା ଉପରେ ସେପରି କିଛି ପଦକ୍ଷେପ ନିଆଯାଇ ନଥିବା ସେ କହିଛନ୍ତି । କରୋନା ଏବେ ମହାମାରୀର ରୂପ ନେଇଥିବା ବେଳେ ତାଙ୍କ ଏହି ଛୋଟ ଗୀତକୁ ଏତେ ଭାଇରାଲ କରିବା କେତେ ଦୂର ଠିକ୍ ବୋଲି ପ୍ରଶ୍ନ କରିଛନ୍ତି ।
ସୋସିଆଲ ମିଡିଆରେ ଗୀତଟିକୁ ତିରିଶ ଲକ୍ଷ ଲୋକ ଦେଖିଥିଲେ । ତଥାପି ବିବାଦ ଦେଖାଯିବାରୁ ସେ ସଙ୍ଗୀତ ନିର୍ଦ୍ଦେଶକଙ୍କୁ କହି ସଙ୍ଗେ ସଙ୍ଗେ ଡିଲିଟ୍ କରିଥିବା କହିଛନ୍ତିା
ତେବେ ଗୀତଟି ଯଦି କାହାକୁ ଆଘାତ ଦେଇଛି ତେବେ ସେ କ୍ଷମା ପ୍ରାର୍ଥନା କରିଛନ୍ତି । ଏଥି ସହ କରୋନାକୁ ନେଇ ସେ ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଇଛନ୍ତି ।
BREAKING NEWS
- ବଢିବ ଶ୍ରୀମନ୍ଦିର ପରିଚାଳନା ଆୟ
- Abhijit Majumdar update: ସୁସ୍ଥ ହେଉଛନ୍ତି ଅଭିଜିତ୍, ଦୁଇଦିନ ଭିତରେ ଏମ୍ସରୁ ହୋଇପାରନ୍ତି ଡିସଚାର୍ଜ
- ଭାରତ ପାଇଁ ୟେମେନ କେତେ ଗୁରୁତ୍ୱପୂର୍ଣ୍ଣ? ସାଉଦି ଆରବ ମାଧ୍ୟମରେ କିପରି ସହାୟତା ଯୋଗାଏ ଜାଣନ୍ତୁ..
- କୋଟିପତି ପିଇଓ ଜିତେନ୍ଦ୍ର ଜେନା ଗିରଫ, ମାର୍କେଟ କମ୍ପ୍ଲେକ୍ସ ଓ ୬ ପ୍ଲଟ…
- କଂଟା ନ ଥିବା ମାଛ ତିଆରି କଲା ଚୀନ
- ମାଞ୍ଜା ସୂତା ଲାଗି ୨ ଗୁରୁତର
- 2025 memory: ୨୦୨୫ ଦେଲା ଅପୂରଣୀୟ କ୍ଷତି, ବିଦାୟ ଦେଲେ ଅନେକ ତାରକା….
- Patha Utsav 2026: ଫେରିବ ‘ପଥ ଉତ୍ସବ’, ଶୀତ ସକାଳେ ମଜା ନେବେ ରାଜଧାନୀ ବାସିନ୍ଦା
- India vs China: ଉଚିତ୍ ଜବାବ ଦେଇ ଚିନ୍ ର ମୁହଁ ବନ୍ଦ କଲା ଭାରତ
- ବିମାନ ବନ୍ଦରରୁ ୩.୯୩ କେଜି ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ
Comments are closed.