Latest Odisha News

BREAKING NEWS

ପୁରୀ ବେଳାଭୂମିରୁ ନର କଙ୍କାଳ ଉଦ୍ଧାର, ତଦନ୍ତ ଜାରି

ପୁରୀ: ଗତ କିଛି ଦିନ ହେବ ଅଶାନ୍ତ ହୋଇପଡିଛି ପୁରୀ ସହର । ଗତ ୮ ତାରିଖରେ ମାର୍କଣ୍ଡେଶ୍ବର ସାହିରେ ଜଣଙ୍କୁ ହତ୍ୟା କରାଯାଇଥିବାବେଳେ, ଗତକାଲି ବିଳମ୍ବିତ ରାତିରେ ପୁରୀ ବେଳାଭୂମି ନିକଟରେ ଥିବା ଷ୍ଟର୍ଲିଙ୍ଗ ହୋଟେଲ ରାସ୍ତା ପାଖରେ ଜଣଙ୍କର ଖପୁରୀ ସହ ଶରୀରର କିଛି ଅଂଶ ପଡିଥିବା ଦେଖିବାକୁ ମିଳିଥିଲା ।

ଖପୁରୀଟି ଏକ ପୁରୁଷର ବୋଲି ପାଖରେ ପଡିଥିବା ସାର୍ଟରୁ ଅନୁମାନ କରାଯାଉଛି । ତେବେ ଏହି ମୃତ ଦେହଟି ବଳିଆପଣ୍ଡା ଥାନା ଅଞ୍ଚଳରେ ପଡିଛି । ବଳିଆପଣ୍ଡା ଥାନା ପୋଲିସ ଖପୁରୀ ଓ ଶରୀର ଅଂଶ ବିଶେଷକୁ ଜବତ କରି ଶ୍ରୀଜଗନ୍ନାଥ ମେଡିକାଲ କଲେଜର ଏଫଏମଡି ବିଭାଗକୁ ପଠାଇଛି ।

ରିପୋର୍ଟ ଆଧାରରେ ତଦନ୍ତ କରାଯିବ । ଏହି ମୃତ ଦେହ କାହାର ତାହା ଜଣାପଡି ନଥିବାବେଳେ ପୁରୀ ପୋଲିସ ପାଇଁ ଏହା ଏକ ବଡ଼ ଚାଲେଞ୍ଜ ରହିବ । ମୃତ ଦେହର ପରିଚୟ ଖୋଜିବା ପାଇଁ ଗତ ୧୪ ତାରିଖରେ ବେଳଭୂମିରୁ ବାଲେଶ୍ୱର ସୋର ଅଂଚଳର ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଥିଲା । ଯାହାର ପରିଚୟ ମିଳିଥିଲା କିନ୍ତୁ ଏହି ସ୍କେଲିଟନର ପରିଚୟ ମିଳିନାହିଁ ।

Comments are closed.