Latest Odisha News

BREAKING NEWS

ସମଦ୍ର କୂଳରୁ କଙ୍କାଳ ଉଦ୍ଧାର, ଗାଁରେ ଆତଙ୍କ

ତାମିଲନାଡ଼ୁ : ଆତଙ୍କିତ ହୋଇପଡ଼ିଛନ୍ତି ଗାଁର ଲୋକେ । କିଛି ଦିନ ତଳେ ସମଦ୍ର କୂଳରୁ କିଛି କଙ୍କାଳ ଉଦ୍ଧାର କରାଯାଇଥିଲା । ସମୁଦ୍ର ବାଲି ଭିତରୁ କଙ୍କାଳ ସବୁ ଉଦ୍ଧାର କରାଯାଇ ଫରେନସିକ୍ ବିଭାଗକୁ ଦିଆଯାଇଛି । ଏନେଇ ପୁଲିସର ଛାନବିନ୍ ମଧ୍ୟ ଆରମ୍ଭ ହୋଇଯାଇଛି । ହେଲେ ଏହା ହତ୍ୟା ଘଟଣା କି ଆଉ କିଛି ଏନେଇ ଗାଁରେ ଆତଙ୍କ ଖେଳିଯାଇଛି । ତାମିଲନାଡ଼ୁର ରାମନାଥପୁରମ୍‌ର ଏକ ଗାଁରେ ବାଲି ଭିତରୁ ଏହି ସବୁ କଙ୍କାଳ ଉଦ୍ଧାର ହୋଇଛି ।

ସମୁଦ୍ରକୂଳିଆ ଗାଁ ହୋଇଥିବା ବେଳେ ସେଠାରେ ପ୍ରାୟ ୫୦୦ରୁ ଅଧିକ ଧୀବର ପରିବାର ରୁହନ୍ତି । ସମଦ୍ରରୁ ମାଛ ମାରିବା ସହିତ ନିକଟରେ ଥିବା ଏକ କମ୍ପାନୀରେ କାମ କରନ୍ତି । ପ୍ରତିଦିନ ମାଛ ମାରିବାକୁ ଯାଉଥିବା ବେଳେ ସମୁଦ୍ର ବାଲିରୁ ଧୀବର ମାନେ ଏହି କଙ୍କାଳ ଦେଖିଥିଲେ । ଜୋରରେ ପବନ ବହିବାରୁ ପୋତାଯାଇଥିବା କଙ୍କାଳ ଉପରୁ ବାଲି ହଟିଯାଇଥିଲା । ଯାହାକୁ ଲୋକେ ଦେଖି ଭୟଭୀତ ହେବା ସହିତ ପୁଲିସକୁ ଜଣାଇଥିଲେ ।

ତେବେ ଏହା ହତ୍ୟା ନା ଅଲଗା କିଛି କାରଣ ରହିଛି । ଯାହାକୁ ନେଇ ଆରମ୍ଭ ହୋଇଛି ତନାଘନା । ସେପଟେ କଙ୍କାଳ ବାହାରିବା ନେଇ ଆଖପାଖ ଅଞ୍ଚଳରେ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ତେବେ ଫରେନସିକ୍ ଟିମ୍‌ର ଯାଂଚ୍ ପରେ ସମସ୍ତ ଘଟଣା ଉପରୁ ପର୍ଦ୍ଦା ହଟିବ । ଯାହାର ଅପେକ୍ଷାରେ ରହିଛନ୍ତି ଗାଁର ଲୋକେ ।

Leave A Reply

Your email address will not be published.