Latest Odisha News

BREAKING NEWS

ଭୁବନେଶ୍ୱରରେ ‘କୋଭାକ୍ସିନ’ ଟିକାର ଅଭାବ ରହିଛି, ମାନିଲା ବିଏମସି

ଭୁବନେଶ୍ୱର: ଭୁବନେଶ୍ୱରରେ ୧୮-୪୪ ବର୍ଷ ବୟସର ଲୋକଙ୍କ ପାଇଁ ଦ୍ୱିତୀୟ ଡୋଜ୍ କୋଭାକ୍ସିନ ଟିକାର ଅଭାବ ରହିଛି ବୋଲି ଗୁରୁବାର ଦିନ ପ୍ରକାଶ କରିଛି ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି)।

ଗଣମାଧ୍ୟମକୁ ସୂଚନା ଦେଇ ବିଏମସି କମିଶନର ସଞ୍ଜୟ କୁମାର ସିଂ କହିଛନ୍ତି ଯେ ସେମାନଙ୍କ ପାଖରେ ୪୫ ବର୍ଷ ଏବଂ ତଦୁର୍ଦ୍ଧ୍ୱ ବୟସ୍କଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ଟିକା ଅଛି। କିନ୍ତୁ ୧୮ ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଟିକା ଅଭାବ ରହିଛି।

ସୂଚନାଯୋଗ୍ୟ, ବିଏମସି ପକ୍ଷରୁ ମେ ୩ ତାରିଖରୁ ୧୮-୪୪ ବୟସ୍କ ବର୍ଗଙ୍କ ପାଇଁ ଟୀକାକରଣ ଡ୍ରାଇଭ୍ ଆରମ୍ଭ ହୋଇଥିଲା।

Leave A Reply

Your email address will not be published.