Latest Odisha News

BREAKING NEWS

ଥାନାରେ ଯୁବତୀ ଚାଲାଣକାରୀଙ୍କ ସନ୍ଦେହଜନକ ମୃତ୍ୟୁ !

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲାସ୍ଥିତ ଧାରୁଆଡିହି ଥାନା ଭିତରେ ଜଣେ ମଣିଷ ଚାଲାଣକାରୀର ସନ୍ଦେହଜନକ ମୃତ୍ୟୁ ଘଟିଛି ।

ଅଭିଯୁକ୍ତ ସୁନିଲ ଲୋଧିକୁ ଏକ ମାମଲାରେ ପୋଲିସ ପୂର୍ବରୁ ହେପାଜତରେ ରଖି ପଚରାଉଚରା କରୁଥିବା ବେଳେ ଥାନା ବାଥରୁମ ମଧ୍ୟରୁ ତାକୁ ମୃତାବସ୍ଥାରେ ଉଦ୍ଧାର କରାଯାଇଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ । ତେବେ ସେ ମଧ୍ୟପ୍ରଦେଶର ବାସିନ୍ଦା ବୋଲି ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ ଅଭିଯୁକ୍ତ ଜଣକ ସୁନ୍ଦରଗଡ ଜିଲ୍ଲାର ଏକ ନାବାଳିକାଙ୍କୁ କିଣି ମଧ୍ୟପ୍ରଦେଶରେ ବିକ୍ରି କରିବା ଅଭିଯୋଗରେ ପୋଲିସ ତାକୁ ଶୁକ୍ରବାର ଦିନ ଗିରଫ କରିଥିଲା।

ପରବର୍ତ୍ତୀ ସମୟରେ ଉକ୍ତ ନାବାଳିକାଙ୍କୁ ମଧ୍ୟପ୍ରଦେଶରୁ ଉଦ୍ଧାର କରାଯିବା ସହ ଅଭିଯୁକ୍ତ ଲୋଧିକୁ ପୋଲିସ ଗିରଫ କରି ଧାରୁଆଡିହି ଥାନାକୁ ଆଣିଥିଲା ।

ପୋଲିସର ସୂଚନାନୁଯାୟୀ ଲୋଧିର ଶରୀରରେ ଦାଗ ଚିହ୍ନ ଦେଖିବାକୁ ମିଳିଥିବାବେଳେ ସେ ବାଥରୁମରେ କୌଣସି କାରଣବଶତଃ ଖସିପଡି ମୃତ୍ୟୁବରଣ କରିଛି ।

ତେବେ ଏଯାବତ୍ ମୃତ୍ୟୁ ସଠିକ୍ କାରଣ ଜଣାପଡିନଥିବା ବେଳେ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ନେଇ ସୂଚନା ମିଳିଛି ।

Comments are closed.