ଭୁବନେଶ୍ୱର: ଅଫେରା ରାଇଜକୁ ଚାଲିଗଲେ ବେତାଜ୍ ବାଦଶାହା ହ୍ୟୁମାନ ସାଗର। ଓଡ଼ିଶା ସଙ୍ଗୀତ ଜଗତରେ ସବୁଦିନ ପାଇଁ ଅଭୁଲା ହୋଇ ରହିଯିବ ନଭେମ୍ବର ୧୭। ୨୦୦୨ରେ ସଙ୍ଗୀତ ସମ୍ରାଟ ଖୋକା ଭାଇଙ୍କୁ ହରାଇଥିଲା ଓଡ଼ିଶା। ସ୍ଵର୍ଗତ ଅକ୍ଷୟ ମହାନ୍ତିଙ୍କ ବିୟୋଗରେ ନିର୍ବାକ ହୋଇଯାଇଥିଲେ ଅଗଣିତ ଶ୍ରୋତା । ୨୩ ବର୍ଷ ପରେ ସମାନ ଦିନରେ ଚାଲିଯାଇଛନ୍ତି ହ୍ୟୁମାନ ସାଗର। ସେ ବି ପୁଣି ଜନ୍ମ ମାସରେ। ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଛନ୍ତି ସେ।
ହ୍ୟୁମାନଙ୍କ ବିୟୋଗରେ ଶୋକ ପ୍ରକାଶ କରୁଛି ସଙ୍ଗୀତ ଇଣ୍ଡଷ୍ଟ୍ରୀ। ତାଙ୍କ ପ୍ରଶଂସକମାନେ ତାଙ୍କର ଶେଷ ଇନଷ୍ଟାଗ୍ରାମ୍ ପୋଷ୍ଟକୁ ଦେଖି ଭାବପ୍ରବଣ ହୋଇଛନ୍ତି। ତାଙ୍କର ଗୀତ ଗାଇବା ଶୈଳୀ ପାଇଁ ସେ ଏକ ଡିଜିଟାଲ୍ ସ୍ମାରକୀରେ ପରିଣତ କରିଛନ୍ତି। ନଭେମ୍ବର ୭ ତାରିଖରେ ପୋଷ୍ଟ ହୋଇଥିବା ଏହି ପୋଷ୍ଟରେ ସେ ଏକ ରେଡିଓ ସେସନ୍ରେ ‘ଭାଗ୍ୟ ରେଖା’ ଗୀତ ଗାଉଥିବାର ଦୃଶ୍ୟ କଏଦ ହୋଇଛି, ଯାହା ୨୦୨୪ ର ସମାନ ନାମର ଓଡ଼ିଆ ଆଲବମ୍ର ଏକ ଟ୍ରାକ୍। ହ୍ୟୁମାନ ସାଗର ଏବଂ ଅନ୍ତରା ଚକ୍ରବର୍ତ୍ତୀଙ୍କ ଯୁଗଳବନ୍ଦୀ ବର୍ତ୍ତମାନ ଅନେକଙ୍କ ପାଇଁ ଏକ ଶକ୍ତିଶାଳୀ ନୂତନ ଭାବପ୍ରବଣ ଗୁରୁତ୍ୱ ହାସଲ କରିଛି।
ଓଲିଉଡକୁ ଅନେକ ସୁପରହିଟ୍ ସଙ୍ଗୀତ ଭେଟି ଦେଇଛନ୍ତି ହ୍ୟୁମାନ ସାଗର । ହେଲେ ତାଙ୍କର ଶେଷ ଗୀତ ଥିଲା ଶରତ ସମ୍ରାଟ ଫିଲ୍ମର ‘ଦୀପ ଆଲୁଅରେ ଆଇନା ଆଗରେ ଠିଆ ହୁଅନାହିଁ ପ୍ରିୟା, ଇର୍ଷାରେ ଆଇନା ହେଇଯିବ ଚୁନା ଦୀପ ଲିଭି ହେବ ଧୂଆଁ’ । ଶରତ ସମ୍ରାଟ ଫିଲ୍ମ ପ୍ରଡକସନର ଆଗାମୀ ଚଳଚ୍ଚିତ୍ର ପାଇଁ ହ୍ୟୁମାନ ସାଗର ଏ ଗୀତଟି ଗାଇଥିଲେ । ଗଣମାଧ୍ୟମରେ କୌଣସି ଭୁଲ ଖବର ପ୍ରସାରିତ ନକରିବା ପାଇଁ ଏବଂ ଇତିହାସରେ ସଠିକ ଖବର ଉଲ୍ଲେଖ ରହୁ ବୋଲି ଶରତ ସମ୍ରାଟ ପ୍ରଡକସନ ପକ୍ଷରୁ କୁହାଯାଇଛି ।
ଏନେଇ ଶରତ ସମ୍ରାଟ କହିଛନ୍ତି ଯେ ମୋର ବହୁତ ଦିନର ସ୍ବପ୍ନ ଥିଲା ମୋର ପସନ୍ଦର କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଗାଇଥିବା ଏକ ଗୀତରେ ମୁଁ ଅଭିନୟ କରେ । ସେଥିପାଇଁ ମୁଁ ଚାହୁଁଥିଲି ମୋର ଆଗାମୀ ଚଳଚିତ୍ର ପାଇଁ ସେ ଗୀତଟିଏ ଗାଆନ୍ତୁ। ଗତ କିଛି ମାସ ଧରି ସେ କୌଣସି ଷ୍ଟୁଡିଓରେ ରେ ଗୀତ ଗାଈନଥିବା ଏବଂ ତାଙ୍କର ସ୍ୱାସ୍ଥ୍ୟ ଭଲ ନଥିବା ସତ୍ୱେ ମୋ ଭାଗ୍ୟକୁ ସେଦିନ ଏମଆରଆର ଷ୍ଟୁଡିଓରେ ଆସି ମୋ ପାଇଁ ଗୀତଟିଏ ଗାଇଲେ । ବୋଧେ ଏହା ହ୍ୟୁମାନ ସାଗରଙ୍କର ମୋ ପାଇଁ ଆଶୀର୍ବାଦ ସଦୃଶ୍ୟ ଥିଲା ।
Comments are closed.