Latest Odisha News

ତିବ୍ଦତରେ ରହୁଥିବା ଲୋକଙ୍କ ହୋଇସାରିଛି କି ଜେନେଟିକ ପରିବର୍ତନ

ତିବ୍ଦତ: ପୃଥିବୀପୃଷ୍ଠରେ ମାନବ ଏପରି ଏକ ଜୀବ ଯିଏକି ପରିବେଶ ଏବଂ ପାରିପାଶ୍ୱର୍ିକ ସ୍ଥିତି ଅନୁସାରେ ନିଜକୁ ବଦଳାଇ ପାରିଥାଏ । ମରୁଭୂମି ଅଂଚଳରେ ରହୁଥିବା ମାନବ ହିମାଅଂଚଳରେ ଚଳି ପାରିବ ନାହିଁ । ସେହିପରି ପାହାଡିଆ ଅଂଚଳରେ ରହୁଥିବା ଲୋକଙ୍କ ସଂରଚନାରେ ମଧ୍ୟ ପରିବର୍ତନ ଆସିଛି । ସାଧାରଣ ମଣିଷଟିଏ ପାହାଡ ଉପରକୁ ଯିବା ବେଳେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭୂବ କରିଥାଏ । ଏବେ ନିକଟରେ ବୈଜ୍ଞାନିକମାନେ ତିବ୍ଦତ ଅଂଚଳରେ ରହୁଥିବା ଲୋକଙ୍କୁ ନେଇ ଚାଂଚଲ୍ୟକର ତଥ୍ୟ ପ୍ରଦାନ କରୁଛନ୍ତି । ସେମାନଙ୍କ କହିବା ଅନୁସାରେ ଏଠାକାର ଲୋକଙ୍କ ଜେନେଟିକ ପରିବର୍ତନ ହୋଇସାରିଛି । ପ୍ରେସିଡେନ୍ସ ଅଫ ଦି ନ୍ୟାଶନାଲ ଏକାଡେମୀ ଅଫ ସାଇନ୍ସରେ ଏହା ପ୍ରକାଶ ପାଇଛି ।

କମ ଅମ୍ଳଜାନରେ ମଧ୍ୟ ସେମାନେ ଠିକ ଭାବେ ଚଳି ପାରୁଛନ୍ତି । ସେମାନଙ୍କ ରେସ୍ପିରେଟାରୀ ସିଷ୍ଟମ ଓ କାର୍ଡିଓଭାସ୍କୁଲାର ସିଷ୍ଟମ ପରିବେଶ ଅନୁସାରେ ନିଜକୁ ପ୍ରସ୍ତୁତ କରି ସାରିଛି । ଏହା ଏକ ପ୍ରକାର ଇଭୋଲୁଶନ ବୋଲି ସେମାନେ କହିଛନ୍ତି । ପରବର୍ତି ପିଢ଼ୀରେ ଏହା ଆହୁରି ପରିବର୍ତନ ହେବ । ପାହାଡିଆ ପରିବେଶ ସେମାନଙ୍କୁ ଆଉ ଅସୁବିଧାରେ ପକାଉନି । ୧୦ ହଜାର ବର୍ଷ ମଧ୍ୟରେ ସେମାନଙ୍କ ଅନେକ ପରିବର୍ତନ ହୋଇସାରିଛି । ସାଧାରଣ ମଣିଷ ପାହଡ ଉପରକୁ ଯିବା ମାତ୍ରେ ବିଭିନ୍ନ ପ୍ରକାରର ଅସୁବିଧାରେ ସମ୍ମୁଖୀନ ହୋଇଥାନ୍ତି । ଅଥଚ ସେମାନେ ଗ୍ୟାସ ସିଲିଣ୍ଡର ଧରି ଅକ୍ଲେଶରେ ପାହାଡ ଉପରକୁ ଚଢ଼ି ଯାଇଥାନ୍ତି । ଏହା ପରିବର୍ତନ ନୁହେଁ ତ ଆଉ କଣ ବୋଲି ବୈଜ୍ଞାନିକମାନେ କହିଛନ୍ତି ।

Leave A Reply

Your email address will not be published.